ବୀରମହାରାଜପୁର : ସୁବର୍ଣ୍ଣପୁର୍ ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇ ଥିବାବେଳେ ସ୍ଥାନୀୟ ବୀ ଏମ୍ ପୁର କଲେଜ ପଡ଼ିଆରେ ବିଶ୍ବ ଯୋଗ ଦିବସ ପାଳିତ ହୋଇଥିଲା । ବୀରମହାରାଜପୁରର ପତଞ୍ଜଳି ଯୋଗ ସମିତି ,ବୀରମହାରାଜପୁରର ଏନସିସି ଓ ଯୋଗ ମହୋତ୍ସବ ସମିତିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁରର ପତଞ୍ଜଳୀ ଯୋଗ ସମିତିର ତହସିଲ ପ୍ରଭାରୀ ଯୁଗଳ କିଶୋର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ବୀରମହାରାଜପୁରର ଏନସିସି ଅଧ୍ୟାପକ କ୍ୟାପଟେନ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ବିଶିଷ୍ଠ ଯୋଗାଚାର୍ଯ୍ୟ ଦ୍ବିତୀକୃଷ୍ଣ ପଣ୍ଡା ଓ ଯୋଗାଚାର୍ଯ୍ୟ ସନ୍ୟାସୀ ଶତପଥୀ ଯୋଗ ଦେଇଥିଲେ । ଯୋଗ ଶିକ୍ଷକ ଭାବରେ ଯୋଗାଚାର୍ଯ୍ୟ ଦ୍ବିତୀକୃଷ୍ଣ ପଣ୍ଡା ସମସ୍ତଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁରର ମହାବିଦ୍ୟାଳୟର ଏନ୍ ସି ସି କ୍ୟାଡେଟ ର ଛାତ୍ରଛାତ୍ରୀ ଙ୍କ ସହିତ ସାଧାରଣ ଜନତା ମଧ୍ୟ ଅଂଶ ଗ୍ରହଣ କରିଥିଲେ । ସେହିପରି ଭାବରେ ବାଗବର ପଞ୍ଚାୟତ କୁମୁରସିଙ୍ଘା ଓ ଜଟେସିଙ୍ଘା ପଞ୍ଚାୟତ ବଡଖମାର ଶ୍ୟାମକୁଞ୍ଜ କୁଟୀର ଠାରେ ଯୋଗାଚାର୍ଯ୍ୟ ରାଜେଶ ପାଣିଗ୍ରାହୀ ତାଲିମ ପ୍ରଦାନ କରିଥିଲେ । ଉଫୁଲା ପଞ୍ଚାୟତ ଟିଠିପାଲି ଅମୃତ ସରୋବର ଠାରେ ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଯୋଗାଚାର୍ଯ୍ୟ ଦ୍ବିତୀ କୃଷ୍ଣ ପଣ୍ଡା ଯୋଗାଭ୍ୟାସ କରାଇଥିଲେ । ବୀରମହାରାଜପୁରର ମହାନଦୀ ନେତ୍ର ଚିକିତ୍ସାଳୟ ଠାରେ ଆୟୋଜିତ ଯୋଗ ଶିବିରରେ ଯୋଗାଚାର୍ଯ୍ୟ ଦିଳ୍ଲିପ କୁମାର ତ୍ରିପାଠୀ ତାଲିମ୍ ପ୍ରଦାନ କରିଥିଲେ । ସେହିପରି ଉଲୁଣ୍ଡା ବ୍ଳକ କଳାପଥର ନୂଆଁପାଲି ଠାରେ ଗୋପାଳ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯୋଗାଭ୍ୟାସ କରାଯାଇଥିଲା । ଟିଠିପାଲି ଓ ନୂଆଁପାଲି ଠାରେ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳl, ଏମ୍ ବିକେ ଯୋଗଦାନ କରିଥିଲେ l