Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଥ ଯାତ୍ରା ବେଳେ ରଥଟଣା କୁ ନେଇ ଖଣ୍ଡହତା ରେ ଗୋଷ୍ଠୀ ସଂଘର୍ଷ ; ଗ୍ରାମରେ ଉତ୍ତେଜନା ଥିବାରୁ ପୋଲିସ ମୁତୟନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁଵଲୟା ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ରଥଯାତ୍ରା ଚାଲିଥିବା ସମୟରେ ରଥ ରଖିବାକୁ ନେଇ ଗ୍ରାମର ଦୁଇ ସାହି ମଧ୍ୟରେ ଗୋଷ୍ଠି ସଂଘର୍ଷ ହୋଇଛି । ଗୋଷ୍ଠି ସଙ୍ଘର୍ସ ରେ ପଥରମାଡ ହୋଇଥିବା ଅଭିଯୋଗ ହୋଇଛି। ପଥରମାଡରେ ଉଭୟ ଗୋଷ୍ଠିର କେତେଜଣ ବ୍ୟକ୍ତି ଆହତ ହୋଇଥିବା ମଧ୍ୟ ସୁଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଖଣ୍ଡହତା ଗ‍୍ରାମ ଗଡ଼ଭିତର ଓ ବାହାରିପଡା ଉଭୟ ସାହି ରେ ରଥଯାତ୍ରା କାହିଁ କେତେ ଦିନରୁ ହୋଇ ଆସୁଛି। ଗତ ମଙ୍ଗଳବାର ଦିନ ରଥଯାତ୍ରା ବେଳେ ଉଭୟ ସାହି ର ରଥ ଟଣା ଯଥା ସମୟରେ ହୋଇଥିଲା। ତେବେ ଚଳିତ ବର୍ଷ ଗ୍ରାମରେ ଜବର ଦଖଲ ଉଚ୍ଛେଦ ହୋଇଥିବାରୁ ଗ୍ରାମର ମୁଖ୍ୟ ରାସ୍ତା ଏବଂ ଛକ ଓସାର ହୋଇଛି। ତେଣୁ ଉଭୟ ଗଡଭିତର ଓ ବାହାରିପଡାର ରଥ ଟଣା ହୋଇ ଗୋଟିଏ ସ୍ଥାନରେ ପହଞ୍ଚି ଥିଲା। ଏହାକୁ ନେଇ ଉଭୟ ସାହି ର ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ପରେ ଗୋଷ୍ଠି ସଙ୍ଘର୍ଷ ହେବା ସହିତ ପଥରମାଡ ମଧ୍ୟ ହୋଇଥିଲା । ଖବର ପାଇ ସୁବଳୟା ପୋଲିସ ଘଟଣା ସ୍ଥଳକୁ ଆସି ସମାଧାନ କରିବାକୁ ଚେଷ୍ଟା କରିଥିଲା । ତେବେ ପୋଲିସ ଉପସ୍ଥିତିରେ ମଧ୍ୟ ଉଭୟ ଗୋଷ୍ଠିରୁ ପଥରମାଡ ହୋଇଥିବା ଉଭୟ ଗୋଷ୍ଠି ପକ୍ଷରୁ ଅଭିଯୋଗ ହୋଇଥିଲା। ବୁଧବାର ଉଭୟ ସାହି ର ଭଦ୍ରବ୍ୟକ୍ତି ଙ୍କୁ ନେଇ ଶାନ୍ତି କମିଟୀ ଗଠନ କରାଯାଇଥିଲା।ସୁବଳୟା ଥାନା ପରିସରରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ,ଏସଡିପିଓ ଡୋଳାମଣୀ ଭୋଇ,ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା , ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ, ଏ ଏସ ଆଇ ଦିପ୍ତିରଞ୍ଜନ ଦିଗାଲ, ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ଦେହୁରୀ ଓ ଉଭୟ ସାହିର ବ୍ୟକ୍ତି ଙ୍କୁ ନେଇ ଶାନ୍ତି କମିଟୀ ର ଆଲୋଚନା ହୋଇଥିଲା। ଉଭୟ ସାହି ଙ୍କୁ ଖଣ୍ଡହତା ମୁଖ୍ୟ ଛକରୁ ରଥ ପଛକୁ ନେବାକୁ କୁହା ଯାଇଥିଲା। ଥାନାରେ ସେମାନେ ରାଜି ହୋଇ ଘଟଣାସ୍ଥଳକୁ ଆସିବା ପରେ ପୁଣି ଉଭୟ ସାହି ରଥ ଘୁଞ୍ଚାଇବାକୁ ରାଜି ହୋଇ ନ ଥିଲେ। ଉଭୟ ଗୋଷ୍ଠି ନିଜ ନିନ ଜିଦରେ ଅଟଳ ରହିଥିଲେ। ଗ୍ରାମରେ ଉଭୟ ସାହିର ବ୍ୟକ୍ତି ବିଶେଷ ଙ୍କୁ ନେଇ ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା, ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସରପଞ୍ଚ ଜୟଶ୍ରୀ ଦେହୁରୀ,ଏ ଏସ ଆଇ ଦିପ୍ତି ରଞ୍ଜନ ଦିଗାଲ ପ୍ରମୁଖ ଆଲୋଚନା କରୁଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇ ଥିବା ଦେଖାଯାଏ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ