Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲି ଓଡ଼ିଶା ଛୁଇଁବ ମୌସୁମୀ ବାୟୁ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଛୁଇଁବ ମୌସୁମୀ। ଏ ନେଇ ପାଣିପାଗ ବିଭାଗ ଆକଳନ କରିଛି। ଦିନେ ଦୁଇ ଦିନ ମଧ୍ୟରେ ବର୍ଷା ପରିମାଣ ବଢିବା ନେଇ ଆକଳନ କରାଯାଇଛି। କିଛି ଜିଲ୍ଲାରେ ହୋଇଥିବା ପ୍ରାକ୍ ମୌସୁମୀ ବର୍ଷା ଓ ପବନ ଯୋଗୁ ମୌସୁମୀ ପାଗ ଅନୁକୂଳ ଥିବା କୁହାଯାଉଛି। ଏହା ମୌସୁମୀ ଆଗମନ ପାଇଁ ଅନୁକୂଳ ପାଗ ବୋଲି କୁହାଯାଉଛି।

ସେହିପରି ଆଜିଠୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କିଛି ଜିଲ୍ଲାରେ କାଲି ଓ ୨୪ରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories