Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିର୍ଘ ଦିନ ପରେ ଗରମରୁ ମିଳିଲା ଆଶ୍ବସ୍ତି ।ଗୋପାଳପୁର ରେ ୩୬ ମି ମି ବର୍ଷା ରେକର୍ଡ

ଗୋପାଳପୁର,୨୨/୬ ଓଡିଶାକୁ ମୌସୁମି ଛୁଇଁଥିବା ବେଳେ ଏହାରି ପ୍ରଭାବରେ ଆଜି ସକାଳୁ ଗୋପାଳପୁର ସମେତ ରାଜ୍ୟ ସାରା ପାଗ ମେଘୁଆ ରହିଥିଲା। ମଧ୍ୟାହ୍ନ ବେଳକୁ କଳା ହାଣ୍ଡିଆ ମେଘ ମାଡି ଆସିବା ସହ ବର୍ଷା ଆରମ୍ଭ ହୋଇଯାଇଥିଲା। ଭୁବନେଶ୍ବର ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ପ୍ରକାରେ ଗୋପାଳପୁରରେ ସର୍ବାଧିକ ୩୬ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି। ଦିର୍ଘ ଦିନ ପରେ ଏହି ପରି ବର୍ଷା ହୋଇଥିବାରୁ ଅତ୍ୟାଧିକ ଗରମ ଓ ଗୁଳୁଗୁଳିରୁ ଲୋକେ ଆଶ୍ବସ୍ତି ପାଇଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ସହ ଦିନତମାମ ଗରମ ଓ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ପ୍ରାୟ ୨୦ ଦିନ ହେଲା ଅତ୍ୟାଧିକ ଗରମ ରହିବା ସହ ସକାଳ ୮ ଟା ହେଲେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ଯାଇଥିଲା ।ଏହି ସମୟରେ ଲୋକେ ଜରୁରି କାମ ନଥିଲେ ବାହାରକୁ ଯିବାକୁ ଅମଙ୍ଗ ହେଉଥିଲେ।ଏହି ସମୟରେ ଦିନରେ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ବେଳେ ଆଜି ସଂଧ୍ୟାରେ ଆଖପାଖର ଲୋକେ ସାମାନ୍ୟ ଆଶ୍ବସ୍ତି ପାଇଁ ନିଜ ପରିବାର ସହ ଗୋପାଳପୁର ବେଳାଭୂମି ମୁହାଁ ହେଉଥିଲେ। ଆଜି ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହେବା ସହ ଝପିଝିପି ବର୍ଷା ଲାଗି ରହିଥିବାରୁ ସନ୍ଧ୍ୟାରେ ଆଜି ବେଳାଭୂମି ଖାଁ ଖାଁ ରହିଥିବା ଦେଖିବାକୁ ମିଳିଥିଲା। ସମସ୍ତ ଦୋକାନ ମାନଙ୍କରେ ଗହିଳି ନଥିବା ମଧ୍ୟ ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ