Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ର ରକ୍ତ ଭଣ୍ଡାର ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ଙ୍କ ଠାରେ ଦାବୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ର ରକ୍ତଭଣ୍ଡାର ରେ ଡାକ୍ତର ଅଭାବ ରୁ ଲାଇସେନ୍ସ ନବିକରଣ ନ ହୋଇ ପଡିରହିଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଲେନ୍ଦୁ ରାଏ ଗୁରୁବାର ବୀରମହାରାଜପୁର ଏସଡିଏଚ ପରିଦର୍ଶନ ରେ ଆସିଥିବା ସମୟରେ ରକ୍ତଦାତା ସେବା ସଂଘ ନେତୃତ୍ବରେ ପଶ୍ଚିମ ଓଡିଶା ଯୁବାମଞ୍ଚ, ମାହେଶ୍ବରି ସେନା, କୃଷକ ସଂଗଠନ ସହ ବିଭିନ୍ନ ସଂଗଠନ ତରଫରୁ ବ୍ଲଡବ୍ୟାଙ୍କର ସ୍ଥିତି ନେଇ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ଆସନ୍ତା ସପ୍ତାହ ଭିତରେ ଲାଇସେନ୍ସ ନବିକରଣ କରାଯାଇ ଷ୍ଟୋରେଜ ୟୁନିଟ କାର୍ଯ୍ୟକ୍ଷମ ହେବା ନେଇ ପ୍ରତିଶୃତି ଦେଇଥିଲେ । ସୁଚନାମତେ ବୀରମହାରାଜପୁର ରକ୍ତଭଣ୍ଡାର ଦାୟିତ୍ବରେ ଥିବା ଡାକ୍ତର ସୁବୁଧି ଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଜିଲ୍ଲା କୁ ଡେପୁଟେସନ ରେ ନେଇ ଥିବାରୁ ରକ୍ତ ଭଣ୍ଡାର ଲାଇସେନ୍ସ ବାତିଲ ହେବା ପରେ ନବିକରଣ ହୋଇପାରି ନ ଥିଲା । ଡାକ୍ତରଖାନା ପ୍ରଶାସନ ଗତ କିଛି ଦିନ ପୂର୍ବରୁ ସମସ୍ତ କାଗଜାତ ରକ୍ତଭଣ୍ଡାର ଲାଇସେନ୍ସ ନବିକରଣ ପାଇଁ ପଠାଯାଇଥିବା ବେଳେ କିଛି ଦିନ ମଧ୍ୟରେ ନବିକରଣ ହୋଇଯିବ ବୋଲି ସୁଚନା ମିଲିଛି । ଆଜି ଏ ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା, ଜିଲ୍ଲା କୃଷକ ସଭାପତି ବୈକୁଣ୍ଠ ଶତପଥୀ , ମାହେଶ୍ୱରୀ ସେନା , ରକ୍ତ ସଂଯୋଜକ ସୁଧାଂଶୁ କର୍ଣ୍ଣ, ଜିତେନ୍ଦ୍ର ମେଣ୍ଡିଲି , ବିକାଶ ମହାକୁର, ଚୈତନ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।