Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଡ଼ପମଣ୍ଡପ ବିଜେ କଲେ ମହାପ୍ରଭୁ; ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ: ଆଜି ଆଡ଼ପମଣ୍ଡପ ବିଜେ କରିଛନ୍ତି ମହାପ୍ରଭୁ। ରଥାରୁଢ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କୁ ଦର୍ଶନ ଦେଉଥିଲେ ଶ୍ରୀଜିଉ। ଭକ୍ତ ଓ ଭଗବାନଙ୍କର ହୋଇଥିଲା ଅପୂର୍ବ ମିଳନ। ନୃତ୍ୟ ଗୀତ ସାଙ୍ଗକୁ ଭକ୍ତିମୟ ହୋଇପଡିଥିଲା ପରିବେଶ। ନର୍ତ୍ତକୀଙ୍କ ନୃତ୍ୟ ସାଙ୍ଗକୁ ଝୁମିଥିଲା ପରିବେଶ। ଆଜିଠାରୁ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିବେ ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ଯେ ଥରେ ଆଡ଼ପ ମଣ୍ଡପ ଦର୍ଶନ, ଦଶବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ସମାନ।

ଆସନ୍ତାକାଲି ମହାପ୍ରଭୁଙ୍କ ହେବ ବନକଲାଗି ନୀତି। ଶୃଙ୍ଗାର ହେବେ କଳାଶ୍ରୀମୁଖ। ଆଜିଠୁ ଭକ୍ତ ପାଇବେ ଆଡ଼ପ ଅଭଡ଼ା। ଶୁକ୍ରବାରଠାରୁ ଭକ୍ତମାନେ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ପାଇବେ। ଏଥର ୫ ଦିନ ଆଡ଼ପ ଅବଢ଼ା ମିଳିବ। ଏନେଇ ଦଇତାପତି ନିଯୋଗ ଓ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି। ଭିଡ ବଢିବା ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥା‌ ମଧ୍ୟ କଡାକଡି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ