Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

“ହିନ୍ଦୁସ୍ଥାନରେ ଚାଲିଛି ବିଚାରଧାରାର ଲଢେଇ, ସମସ୍ତେ ମିଶି ବିଜେପିକୁ ହରାଇବୁ”, ବିରୋଧୀଙ୍କ ବୈଠକ ପୂର୍ବରୁ ରାହୁଲଙ୍କ ହୁଙ୍କାର

ପାଟନା: ବିରୋଧୀଙ୍କ ମହା ବୈଠକ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଦେଶର ବିରୋଧୀ ଦଳ ଏକଜୁଟ୍ ହୋଇ ବିଜେପିକୁ ହରାଇବେ। ଦେଶରେ କଂଗ୍ରେସର ‘ଭାରତ ଯୋଡ଼ୋ’ ବିଚାରଧାରା ଏବଂ ‘ବିଜେପି-ଆରଏସଏସ’ର ଭାରତ ତୋଡ଼ୋ ବିଚାରଧାରା ମଧ୍ୟରେ ଲଢେଇ ଚାଲିଛି।

ବିରୋଧୀଙ୍କ ଏକତା ବୈଠକରେ ଯୋଗ ଦେବାକୁ ପାଟନା ପହଞ୍ଚିଥିବା ରାହୁଲ ଗାନ୍ଧୀ ବିହାର କଂଗ୍ରେସ ମୁଖ୍ୟାଳୟ ସଦାକତ ଆଶ୍ରମ ପହଞ୍ଚିଛନ୍ତି। ଏହି ସମୟରେ ସେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି, ହିନ୍ଦୁସ୍ଥାନରେ ବିଚାରଧାରାର ଲଢେଇ ଚାଲିଛି। ଗୋଟିଏ ପଟେ କଂଗ୍ରେସର ‘ଭାରତ ଯୋଡ଼ୋ’ ବିଚାରଧାରା ଏବଂ ଅନ୍ୟପଟେ ବିଜେପି-ଆରଏସଏସର ‘ଭାରତ ତୋଡ଼ୋ’ ବିଚାରଧାରା। ଏଥିପାଇଁ ଆମେ ବିହାର ଆସିଛୁ।

ରାହୁଲ କହିଛନ୍ତି କଂଗ୍ରେସ ପାର୍ଟିର ଡିଏନଏ ବିହାରରେ ରହିଛି। ଭାରତ ଯୋଡ଼ୋ ଯାତ୍ରାରେ ସାହାଯ୍ୟ ପାଇଁ ସେ ବିହାରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାହୁଲ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ବିଜେପି ଭାରତକୁ ଖଣ୍ଡ ଖଣ୍ଡ କରିବା ଏବଂ ଘୃଣା ପ୍ରସାର କରିବାର କାମ କରୁଛି। କଂଗ୍ରେସ ପାର୍ଟି ଦେଶକୁ ଯୋଡ଼ିବା ଏବଂ ଭଲ ପାଇବାର ପ୍ରସାର କରିବା କାମ କରୁଛି।

କଂଗ୍ରେସ ନେତା କହିଛନ୍ତି, ଦେଶର ବିରୋଧୀ ଦଳ ଏଠାକୁ ଆସିଛନ୍ତି। ଏକ ସଙ୍ଗେ ମିଶି ବିଜେପିକୁ ହରାଇବାକୁ ଯାଉଛୁ। କର୍ଣ୍ଣାଟକରେ ବିଜେପି ନେତାମାନେ ଲମ୍ବା ଭାଷଣ ଦେଉଥିଲେ, ମାତ୍ର ଫଳାଫଳ କଣ ହେଲା ଆପଣମାନେ ସମସ୍ତେ ଦେଖିଲେ। କଂଗ୍ରେସ ଯେମିତି ଏକାଠି ଛିଡ଼ା ହେଲା ବିଜେପି ଗାଏବ ହୋଇଗଲା। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ବିଜେପିକୁ ଦେଖିବାକୁ ମିଳିବ ନାହିଁ ଏବଂ ଏଠାରେ କଂଗ୍ରେସ ଜିତିବ ବୋଲି ରାହୁଲ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ