Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ସରକାରୀ ଆଉଟ ଶୋର୍ସିଙ୍ଗ କର୍ମଚାରୀ ସଂଘ ପକ୍ଷରୁ ୧୧ଦଫା ଦାବିନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ

ସୁବର୍ଣ୍ଣପୁର: ରାଜ ରାସ୍ତା ରେ ଗର୍ଜିଲା ସରକାରୀ ଆଉଟଶୋର୍ସିଙ୍ଗ କର୍ମଚାରୀ ସଂଘ l ଆଜି ସୁବର୍ଣ୍ଣପୁର ଜିଲ୍ଲା ସରକାରୀ ଆଉଟଶୋର୍ସିଙ୍ଗ କର୍ମଚାରୀ ସଂଘ ପକ୍ଷରୁ ସ୍ଥାନିୟ ସୁରେଶ୍ୱରୀ ମନ୍ଦିର ରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯାଳୟ ରେ ପହଂଚି ଏକ ଏଗାର ଦଫା ଦାବି ସମ୍ବଳିତ ଏକ ପତ୍ର ଜିଲ୍ଲପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିଛନ୍ତି l ଜିଲ୍ଲାରେ ଥିବା ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ସମସ୍ତ ଆଉଟଶୋର୍ସିଙ୍ଗ କର୍ମଚାରୀ ଏହି ଶୋଭାଯାତ୍ରା ରେ ସାମିଲ ହୋଇ ଚାକିର ନିୟମିତ କରିବା ସହ ଉପଯୁକ୍ତ ଦରମା ପ୍ରଦାନ କରିବାକୁ ସରକାର ଙ୍କୁ ଦାବି ରଖିଛନ୍ତି । ତେବେ ଆଗାମୀ ଦିନରେ ଯଦି ଦାବି ପୂରଣ ନ ହୁଏ ତେବେ ସମସ୍ତ ଆଉଟଶୋର୍ସିଙ୍ଗ କର୍ମଚାରୀ କାର୍ଯ୍ୟ ବନ୍ଦ କରିବାକୁ ସଂଘ ପକ୍ଷରୁ ରାଜ୍ୟସରକାର ଙ୍କୁ ଧମକ ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ