Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଟନାରେ ଚାଲିଛି ଫଟୋ ସେସନ, ତୃତୀୟ ଥର ପିଏମ ହେବେ ନରେନ୍ଦ୍ର ମୋଦୀ: ଅମିତ୍ ଶାହ

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରେ ଆଜି କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧରେ ବିରୋଧୀଙ୍କ ମହାମେଳି ହେବାକୁ ଯାଉଛି। ଏହା ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ବିରୋଧୀଙ୍କ ବୈଠକକୁ କଟାକ୍ଷ କରି କହିଛନ୍ତି ଯେ, ଆଜି ପାଟନାରେ କେବଳ ଫଟୋ ସେସନ ଚାଲିଛି। ନରେନ୍ଦ୍ର ମୋଦୀ ୨୦୨୪ ଲୋକସଭା ନିର୍ବାଚନରେ ୩୦୦ରୁ ଅଧିକ ସିଟ୍ ଜିତି ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ।

ଜାମ୍ମୁ-କାଶ୍ମୀର ପହଞ୍ଚିଥିବା ଅମିତ୍ ଶାହ କହିଛନ୍ତି, ଆଜି ପାଟନାରେ ଫଟୋ ସେସନ ଚାଲିଛି। ବିରୋଧୀ ଦଳ ଗୁଡ଼ିକ ବିଜେପି, ପିଏମ ମୋଦୀ ଏବଂ ଏନଡିଏକୁ ଚ୍ୟାଲେଞ୍ଜ ଦେବାକୁ ଚାହାନ୍ତି। ସେମାନେ ଯେତେ ବି ଉଦ୍ୟମ କରନ୍ତୁ, ବିରୋଧୀ ଏକଜୁଟ୍ ହୋଇ ପାରିବେ ନାହିଁ। ଯଦି ସେମାନେ ଏକଜୁଟ୍ ହେବାରେ ସଫଳ ହୁଅନ୍ତି ତଥାପି ଦେଶର ଜନତା ବିଜେପିକୁ ୩୦୦ରୁ ଅଧିକ ସିଟରେ ଜିତାଇବା ସହ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇବେ।

ବିଜେପି ଶୁକ୍ରବାର ବିରୋଧୀଙ୍କ ଏକଜୁଟ୍ ପ୍ରୟାସକୁ ପରିହାସ କରି କହିଛି, କଂଗ୍ରେସ ଅନ୍ୟ ଦଳକୁ ସମର୍ଥନ ମାଗୁଛି। କାରଣ ସେ ୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହରାଇବାରେ ଅସମର୍ଥ। ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଜେଡିୟୁ ଏବଂ ଅନ୍ୟ ବିରୋଧୀ ଦଳକୁ କଟାକ୍ଷ କରି କହିଛନ୍ତି ଯେ, ବିଡମ୍ବନା ଏହା ଯେ, ଜରୁରୀକାଳୀନ ସମୟରେ ଗଣତନ୍ତ୍ରର ହତ୍ୟା ଦେଖିଥିବା କିଛି ନେତା କଂଗ୍ରେସର ଛତ୍ରଛାୟାରେ ଏକାଠି ହୋଇଛନ୍ତି।

ପାଟନାରେ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ରାହୁଲ ଗାନ୍ଧୀ ଏବଂ ଖଡ଼ଗେଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ପିଡିପି ନେତା ମେହବୁବା ମୁଫତି ପହଞ୍ଚି ସାରିଛନ୍ତି। ଏଥିରେ ପାଖାପାଖି ୨୪ ଦଳର ନେତା ଯୋଗ ଦେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ