Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ପରିସର ରୁ ଜବର ଦଖଲ ଉଚ୍ଛେଦ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରିୟ ଚିକିତ୍ସାଳୟ ପରିସର ରେ ଥିବା ଜବରଦଖଲ କୁ ଉଛେଦ କରିଛି ପ୍ରଶାସନ । ଶୁକ୍ରବାର ବୀରମହାରାଜପୁର ତହସିଲଦାର ବିବୁଧ ଗଡନାୟକ, ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା, ଏସ.ଡି.ପି.ଓ ଡୋଲାମଣି ଭୋଇ ଏବଂ ଥାନାଧିକାରୀ ଯୋଗେଶ୍ବରୀ ଭୋଇ ଙ୍କ ଉପସ୍ଥିତି ରେ ଜବରଦଖଲ ହୋଇଥିବା ଏକ ଦୋକାନ ଗୃହ କୁ ଉଛେଦ କରାଯାଇଥିବା ଜଣାଯାଏ । ସୁଚନା ଥାଉ କି ଉକ୍ତ ସ୍ଥାନରେ କ୍ୟାମ୍ପସ ମେଡିକାଲ ଷ୍ଟୋର ଥିବା ବେଳେ ମେଡିକାଲ ଷ୍ଟୋର ବନ୍ଦ ପରେ ଉକ୍ତ ସ୍ଥାନ କୁ ଏକ ଠିକାସଂସ୍ଥା ନିଜ କବଜାରେ ରଖି ସାମାନ ରଖିବା ସହିତ କିଛି କର୍ମଚାରି ମଧ୍ୟ ରହୁଥିଲେ । ୨ ମାସ ପୁର୍ବରୁ ଜବରଦଖଲ ହଟେଇବା ନେଇ ନୋଟିସ ହୋଇଥିଲା କିନ୍ତୁ ଉକ୍ତ ଠିକାସଂସ୍ଥା କର୍ଣ୍ଣପାତ କରୁନଥିବା ରୁ ପ୍ରଶାସନ ଜେସିବି ସାହାଯ୍ୟରେ ଉକ୍ତ ଘରକୁ ମାଟିରେ ମିଶେଇ ଦେଇଛି । ଜବରଦଖଲ ଉଛେଦ ପରେ ଡାକ୍ତରଖାନା ପରିସର ରେ ବିସ୍ତୃତ ସ୍ଥାନ ବାହାରିଥିବା ଦେଖାଯାଇଛି । ଜବରଦଖଲ ଉଛେଦ ପରେ ସାଧାରଣରେ ତଥା ବିଭିନ୍ନ ମହଲରେ ଅନନ୍ଦ ପ୍ରକାଶ ପାଇଛି । ଡାକ୍ତରଖାନା ପରିସର ରେ ଥିବା ଅନ୍ୟ ଏକ ଦୋକାନ ଗୃହକୁ ପ୍ରଶାସନ ବିନା ନୋଟିସ ରେ ଭାଙ୍ଗି ଦେଇଥିବା ବେଳେ ଠିକାସଂସ୍ଥା ଭଲି ପ୍ରଭାବଶାଲି ବ୍ୟକ୍ତି କବଜାରେ ଥିବା ଦୋକାନ ଗୃହ କୁ ଭାଙ୍ଗିବାକୁ ୨ ମାସ ପୁର୍ବରୁ ନୋଟିସ ଦିଆଯାଇଥିଲା ।