Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ଦିନରେ ପ୍ରଧାନଶିକ୍ଷକ ସଙ୍ଗ୍ରହ କତିବେ ମେଟ୍ରିକ ପ୍ରମାଣପତ୍ର,ତୃଟୀ ଦେଖିଲେ ଜୁଲାଇ ୪ରୁ ୧୪ ପର୍ଯ୍ୟନ୍ତ ସଂଶୋଧନ

ସମ୍ବଲପୁର(କଟକ): ଆଜିଠାରୁ ମିଳିବ ମାଟ୍ରିକ ପ୍ରମାଣପତ୍ର। ତ୍ରୁଟି ଥିଲେ ଜୁଲାଇ ୫ରୁ ୧୪ ମଧ୍ୟରେ ତାର ସଂଶୋଧନ ହେବ।ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆଜି ଠାରୁ ଚଳିତବର୍ଷ ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲାରେ ବୋର୍ଡ ପକ୍ଷରୁ ଗୋଟିଏ ଲେଖାଏଁ ସେଣ୍ଟର କରାଯାଇଛି। ୨୪ ଏବଂ ୨୫ତାରିଖ ଦୁଇଦିନ ମଧ୍ୟରେ ସ୍କୁଲଗୁଡିକର ପ୍ରଧାନ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ନେଇପାରିବେ।ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ ଏହି କାର୍ଯ୍ୟର ତଦାରଖ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ଯଦି ପ୍ରମାଣପତ୍ର(ସାର୍ଟିଫିକେଟ୍)ରେ କୌଣସି ତ୍ରୁଟି ରହିଥାଏ, ତେବେ ଏହାକୁ ସଂଶୋଧନ କରାଯାଇପାରିବ। ଆସନ୍ତା ଜୁଲାଇ ୫ ତାରିଖରୁ ୧୪ ତାରିଖ ମଧ୍ୟରେ ବୋର୍ଡ ଦ୍ୱାରା ସଂଶୋଧନ ପ୍ରକ୍ରିୟା କରାଯିବ। ସ୍କୁଲ କର୍ତ୍ତୃପକ୍ଷ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଆବଶ୍ୟକ କାଗଜପତ୍ର ଏବଂ ଦେୟ ଦାଖଲ କରି ସଂଶୋଧିତ ପ୍ରମାଣପତ୍ର ପାଇପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରଧାନ ଶିକ୍ଷକ ମାନେ ଏହି ପ୍ରମାଣପତ୍ର ପାଇବା ପରେ ନିଜ ନିଜ ସ୍କୁଲରୁ ଶିକ୍ଷାର୍ଥୀ ମାନେ ନେଇପାରିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ