Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଗୋପାଳପୁର : ଗୋପାଳପୁର ସ୍ଥିତ ହରିଜନ ସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦିପ୍ତୀରଣୀ ପାତ୍ରଙ୍କୁ ଆଜି ବିଦ୍ୟାଳୟ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା lଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟତ୍ରୀ ଦୀର୍ଘ ୨୩ ବର୍ଷ ଧରି ଏହି ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ l ସେ ଜଣେ ଛାତ୍ର ବତ୍ସଳ, ସମୟାନୁବର୍ତ୍ତିତା, ମେଳାପି ଓ ଛାତ୍ର, ଛାତ୍ରୀଙ୍କ ଭବିଷ୍ୟତ ଗଠନରେ ତାଙ୍କର ଭୂମିକା ଗୁରୁତ୍ୱ ରହିଥିବାରୁ ଅଞ୍ଚଳରେ ଲୋକ ପ୍ରିୟତା ରହିଥିଲେ l ଆଜି ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଉପଢ଼ୌକନ, ପୁଷ୍ପଗୁଛ, ଉପହାର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ଅବସରରେ ଗୋପାଳପୁର ଏନ ଏ ସି ଅଧକ୍ଷ ଏ. ଜାନକୀ ରାମ, ପୁରାତନ ଛାତ୍ର ତଥା କାଉନସିଲର ଜି.ମୋହନ ରାଓ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅନନ୍ତ ରାମ ପଣ୍ଡା, ସି ଆର ସି ରାଜେନ୍ଦ୍ର ବେହେରା,ବର୍ଜିସ ପେଣ୍ଠ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମହାନ୍ତି, ସୌରେନ୍ଦ୍ରି ମଲ୍ଲିକ, ଟି. ତେଜାବତୀ, ସୁନିତା କୁମାରୀ ନାୟକ ପ୍ରମୁଖ ଉପସ୍ଥିତ ରହି ଅବସର ନେଉଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ଗୁଣଗାନ କରିବା ସହ ଅବଶିଷ୍ଟ ଜୀବନ ସୁଖମୟ ଓ ଆରୋଗ୍ୟ କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ନାରାୟଣପୂର କ୍ଲଷ୍ଟରର ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର, ଛାତ୍ରୀ ଓ ବର୍ତମାନର ଛାତ୍ର,ଛାତ୍ରୀ ଉପସ୍ଥିତ ଥିଲେ l