ମୋବାଇଲ ଟାୱାର ବସାଇବାକୁ କହି ଲକ୍ଷାଧିକ ଟଙ୍କା ଠକିନେଲେ ; ଥାନାରେ ଏତଲା


ବୀରମହାରାଜପୁର : ମୋବାଇଲ ଟାୱାର ବସାଇବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା । ଏମିତି ଏକ ଘଟଣା ନଜରକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ନିକଟବର୍ତ୍ତୀ ଚମ୍ପାପୁର ର ଜଣେ ଯୁବ ବ୍ୟବସାୟି ଠକାମୀର ଶିକାର ହୋଇଛନ୍ତି । ବୀରମହାରାଜପୁର ଥାନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଚମ୍ପାପୁରର ଘନଶ୍ୟାମ ମେହେରଙ୍କ ପୁଅ ଦିଲିପ ମେହେରଙ୍କୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା । ଆପଣଙ୍କ ଯଦି ଖାଲି ସ୍ଥାନ ଅଛି ଆଉ ଏଆରଟେଲ ଇଂଟରନେଟ ଟାୱାର ବସାଇବାକୁ ଚାହୁଁଛନ୍ତି କି ?ଆପଣଙ୍କୁ ୧୦/୧୦ଫୁଟ ଯାଗାରେ ଟାୱାର ବସାଇଲେ କମ୍ପାନି ତରଫରୁ ୩୦ ଲକ୍ଷ ଟଙ୍କା ମିଳିବ l ୨୦ ବର୍ଷିଆ ଚୁକ୍ତି ହେବ ବୋଲିି କହିବାରୁ ଦିଲିପ ଟଙ୍କା ଲୋଭରେ ହଁ କରିଥିଲେ । ତେବେ ସେପଟୁ ସମସ୍ତ କାଗଜ ପତ୍ର ମାଗିଥିବା ବେଳେ ଆକାଉଂଟରେ ୧୯ ହଜାର ୫୦୦ ଟଙ୍କା ରେଜିଷ୍ଟ୍ରେସନ ପାଇଁ ଜମା କରିବାକୁ କହିବାରୁ ଦିଲିପ ଟଙ୍କା ପଇଠ କରିଥିଲେ । ତେବେ ସେମାନେ ଉକ୍ତ ରେଜିଷ୍ଟେସନ ଅର୍ଥ ଫେରସ୍ତ ହେବ ବୋଲି କହିଥିଲେ l ଠିକ ସମୟରେ ଟଙ୍କା ଫେରସ୍ତ ନ ହେବାରୁ ସେ ପଚାରିବାରୁ ଆଜି ସାମାନ ଯିବା କହି ଆହୁରି ଟଙ୍କା ମାଗିଥିଲେ । ଏନେଇ ବିଭିନ୍ନ ସମୟରେ ଟଙ୍କା ମାଗିଥିବା ବେଳେ ଦିଲିପ କ୍ରମାଗତଭାବେ ଟଙ୍କା ଜମା କରିଥିଲେ । ହେଲେ କୌଣସି ସାମାନ ନଆସିବାରୁ ସନ୍ଦେହ ହେବା ସହ ତାଙ୍କୁ ପଚରା ଉଚରା କରିଥିଲେ ହେଁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ବିଭିନ୍ନ ସମୟରେ ଦିଲ୍ଲିପ ଙ୍କ ଅଭିଯୋଗ ଅନୁସାରେ ସେ ୩୩,୦୫, ୫୮୫ ଟଙ୍କା ପଇଠ କରିଛନ୍ତି । ଏ ନେଇ ଦିଲିପ ମେହେର ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦିଲ୍ଲୀପଙ୍କ ଅଭିଯୋଗ କୁ ଭିର୍ତ୍ତି କରି ଥାନା କେସ୍ ନମ୍ବର ୯୮/୨୪ରେ ଆଇଟି ଓ ଠକେଇର ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରି ୧୧ଜଣ ଅଭିଯୁକ୍ତଙ୍କ ନାମରେ ତଦନ୍ତ ଆରମ୍ଭ କରୁଛନ୍ତି ଥାନା ଅଧିକାରୀ ରାଜେଶ୍ବରି ଭୋଇ।