ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରଥପୁର ଛକ ବସଷ୍ଟପ ଠାରେ ବୀରମହାରାଜପୁର ପୋଲିସ ୪ କେଜି ଗଂଜେଇ ଜବତ କରିବା ସହିତ ଜଣଙ୍କୁ ଅଟକ ରଖିଛି । ସୁଚନା ଅନୁସାରେ ମଧ୍ୟପ୍ରଦେଶ ରାଜ୍ୟର ହେମରାଜ ପଟେଲ୍ ସମ୍ବଲପୁର ଯିବାପାଇଁ ବସକୁ ଅପେକ୍ଷା କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଏସ ଆଇ ରବିନ୍ଦ୍ର କୁମାର ଭୋଇଙ୍କ ନେତୃତ୍ୱରେ ଯାଞ୍ଚ ସମୟରେ ବ୍ୟାଗ୍ ରୁ ୪ କେଜି ଗଂଜେଇ ବାହାରିଥିଲା। ଏନେଇ ବୀରମହାରାଜପୁରର ଥାନାରେ କେସ ନଂ୧୦୨/୨୩ ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅଭିଯୁକ୍ତ ହେମରାଜ କୁ ଅଟକ ରଖିଥିବାବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ବୀରମହାରାଜପୁରର ଥାନା ଅଧିକାରୀ ବ୍ରଜେଶ୍ବରି ଭୋଇ କହିଛନ୍ତି । ସବ୍ ଇନ୍ସପେକ୍ଟରଙ୍କ କବିମନ୍ୟୁ ସେଠି ଅଧିକ ତଦନ୍ତ ଚଳାଇଛନ୍ତି ।
ରଥପୁର ବସଷ୍ଟପ ରୁ 4 କେଜି ଗଞ୍ଜେଇ ଜବତ; ଜଣେ ଅଟକ
