Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦକ୍ଷିଣ ମୁହାଁ ହେବେ ତିନି ରଥ; ଆସିଲା ଆଜ୍ଞାମାଳ

ପୁରୀ: ଆଜି ଦକ୍ଷିଣ ମୋଡ ‌ନେବେ ତିନି ରଥ। ଶ୍ରୀମନ୍ଦିରକୁ ବାହୁଡିବେ ତିିନିଠାକୁର। ଆରମ୍ଭ ହେଲାଣି ପ୍ରସ୍ତୁତି। ଆସନ୍ତା ୨୮ରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା। ହେରା ପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି । ଏଥିପାଇଁ ମହାପ୍ରଭୁଙ୍କର ଆଜ୍ଞାମାଳ ଆସିଛି ।

ପ୍ରଥମେ ଦେବଦଳନ ରଥ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯିବାର ପରମ୍ପରା ରହିଛି । ଏହା ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣ ମୁହାଁ କରାଯିବ।

ନନ୍ଦିଘୋଷ ରଥର ଚକରେ ୪ଟି କ୍ଲାମ୍ପ ଲାଗିଛି। ରଥ ଦକ୍ଷିଣ ମୋଡରେ ଶ୍ରୀଗୁଣ୍ଡିଚା ଘର ସିଂହଦ୍ୱାର ସମ୍ମୁଖରୁ ତିନି ରଥ ଟଣା ହୋଇ ନାକଚଣା ଦ୍ୱାରକୁ ଆସିବେ । ଦକ୍ଷିଣ ମୋଡ଼ ସରିବା ପରେ ତିନି ରଥର ତଦାରଖ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ