Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ନିର୍ବାଚମଣ୍ଡଳୀର ବିଜେପି ସଂଯୁକ୍ତ ମୋର୍ଚ୍ଚା ସମାବେଶ।

ଗୋପାଳପୁର,୨୫/୦୬, ଗୋଳନ୍ଥରା ସ୍ଥିତ ବିଜେପି କାର୍ଯ୍ୟାଳୟ ବନ୍ଦେ ମାତରଂ ଭବନ ଠାରେ ଗୋପାଳପୁର ନିର୍ବାଚନମଣ୍ଡଳୀ ର ବିଜେପି ସଂଯୁକ୍ତ ମୋର୍ଚ୍ଚା ସମାବେଶ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସମ୍ପର୍କ ଅଭିଯାନ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରାଜ୍ୟ ମହିଳା ମୋର୍ଚ୍ଚା ସଭା ନେତ୍ରୀ ସ୍ମୃତି ପଟ୍ଟନାୟକ, ସମ୍ମାନୀତ ଅତିଥି ଅଶୋକ କୁମାର ମିଶ୍ର ସମେତ ଜିଲ୍ଲା ଉପ ସଭାପତି ବିନୋଦ ମିଶ୍ର, ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗଭା ପଟ୍ଟନାୟକ , ବିଧାନ ସଭା ପ୍ରଭାରୀ ବାଳକୃଷ୍ଣ ସାମନ୍ତରା, ରାଜେଶ ସାହୁ,ସରୋଜ ସାବତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଡାକ୍ତର ସୁବାଷ ଚନ୍ଦ୍ର ସାହୁ, ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁନୀଲ କୁମାର ପାତ୍ର, ଗଙ୍ଗାଧର ଶତପଥୀ, ଜଗମୋହନ ପାତ୍ର, ସନତ ନାୟକ, ସମେତ ୩୨ଟି ପଞ୍ଚାୟତର ପ୍ରମୁଖ, ସହ ପ୍ରମୁଖ, ପ୍ରଭାରୀ ଓ ପ୍ରାୟ ୫ଶହରୁ ଉର୍ଦ୍ଧ୍ବ କର୍ମକର୍ତା ଉପସ୍ଥିତ ରହିଥିଲେ। ବୈଠକରେ ଆଗାମୀ ୨୦୨୪ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଓ ବୁଥ ସ୍ତରୀୟ ସଂଗଠନକୁ ମଜବୁତ କରାଯିବା ସହିତ କେନ୍ଦ୍ରସରକାରଙ୍କ ଲୋକାଭି ମୁଖୀ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେହି ବିଷୟରେ ଆଲୋଚନା ହୋଇଥିଲା ।ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ହେବା ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦଳର ପୁରାତନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମୋଦୀ ସରକାରଙ୍କ ଯୋଜନା ପିଇବା ପାଣି, ବିଜୁଳି,ଗ୍ୟାସ, ପାଇଖାନା, ଆବାସ ଯୋଜନା,ଚାଉଳ ଆଦି କେନ୍ଦ୍ର ସରକାର ଯୋଗାଇ ଦେଉଥିବା ନେ଼ଇ ମୋଦୀ ସରକାରଙ୍କ ବହୁମୁଖି ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ।କେନ୍ଦ୍ରୀୟ ଯୋଜନା ଗୁଡିକୁ ନେଇ ରାଜ୍ୟ ସରକାର ଫାଇଦା ନେବା ଅପଚେଷ୍ଠାକୁ କଟୁ ସମଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ