Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ ମୋଦୀଙ୍କ ବିପକ୍ଷରେ କିଏ ହେବ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ଜବାବ ଦେଲେ ପାଓ୍ଵାର

ପୁଣେ: ପାଟନାରେ ନିକଟରେ ସଂପନ୍ନ ବିରୋଧୀ ବୈଠକରେ କଣ କଣ ଆଲୋଚନା ହୋଇଛି ଧିରେ ଧିରେ ଏହାର ଖୁଲାସା ହେବାରେ ଲାଗିଛି। ବୈଠକରେ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀକୁ ନେଇ ଆଲୋଚନା ହୋଇଛି କି ନାହିଁ ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହା ମଧ୍ୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି)ର ଅଧ୍ୟକ୍ଷ ଶରଦ ପାଓ୍ଵାର ଏହା ଉପରେ ମୁହଁ ଖୋଲିଛନ୍ତି। ସେ ପୁଣେରେ ସୋମବାର କହିଛନ୍ତି ପାଟନାରେ ହୋଇଥିବା ବିରୋଧୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ପଦକୁ ନେଇ କୌଣସି ଆଲୋଚନା ହୋଇ ନାହିଁ।

ବୈଠକରେ ଦରବୃଦ୍ଧି, ବେରୋଜଗାରୀ ଏବଂ ସାଂପ୍ରଦାୟିକ ଘଟଣା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ସେ ବିରୋଧୀ ଦଳଙ୍କ ବୈଠକକୁ ସମାଲୋଚନା କରିଥିବା ବିଜେପିକୁ ଟାର୍ଗେଟ୍ କରିଛନ୍ତି। ବିଜେପି ଏହି ବୈଠକକୁ ନେଇ ଚିନ୍ତିତ ଥିବା ଏବଂ ଏହି ଦଳର ରାଜନୈତିକ ପରିପକ୍ଵତାର ଅଭାବ ପାଓ୍ଵାର କହିଛନ୍ତି। ବିଜେପି ମଧ୍ୟ ଏମିତି ବୈଠକ ଆୟୋଜନ କରି ପାରିବ। ଗଣତନ୍ତ୍ର ଦେଶରେ ବୈଠକ ଆୟୋଜନ କରିବାର କଣ ଅନୁମତି ନାହିଁ ? ଆମ ବୈଠକକୁ ନେଇ ବିଜେପି ଏତେ ଚିନ୍ତିତ କାହିଁକି ବୋଲି ପାଓ୍ଵାର ପ୍ରଶ୍ନ କରିଛନ୍ତି।

ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ପାଟନାରେ ଆୟୋଜିତ ବିରୋଧୀ ଦଳଙ୍କ ବୈଠକରେ ୧୫ଟି ଦଳର ୩୨ରୁ ଅଧିକ ନେତା ଯୋଗ ଦେଇଥିଲେ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ମିଶି କି ବିଜେପି ବିରୋଧରେ ଲଢିବାକୁ ସଂକଳ୍ପ ନେଇଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଦାବିଦାର ପ୍ରଶ୍ନ ଉପରେ ପାଓ୍ଵାର କହିଛନ୍ତି ଏହା ଉପରେ ବୟାନ ଦେବା ପିଲାଳିଆମୀ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ