Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିପୁରୁଷଠୁ ମୁହଁ ମୋଡ଼ି ନେଲେ ଦର୍ଶକ, ୩୦୦ କୋଟି ଛୁଇଁବା ବଡ଼ ମୁସ୍କିଲ

ନୂଆଦିଲ୍ଲୀ: ପ୍ରଭାସ ଏବଂ କୃତି ସେନନଙ୍କ ଫିଲ୍ମ ଆଦିପୁରୁଷର ଲଙ୍କା ଜଳି ଯାଇଛି। ୫୦୦ କୋଟି ଟଙ୍କାର ବଡ଼ ବଜେଟରେ ନିର୍ମାଣ ଏହି ଫିଲ୍ମ ଏମିତି ଦୟନୀୟ ସ୍ଥିତି ଦେଖିବ କେହି କେବେ ଚିନ୍ତା କରି ନ ଥିଲେ। ଓମ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଦିନକୁ ଦିନ କଲେକ୍ସନ ଖସିବାରେ ଲାଗିଛି। ରିଲିଜର ପ୍ରଥମ ୩ ଦିନକୁ ବାଦ୍ ଦେଲେ ଆଦିପୁରୁଷ ଫ୍ଲପ୍ ସାବ୍ୟସ୍ତ ହୋଇଛି। ଫିଲ୍ମ ଭାରତୀୟ ବଜାରରେ ୧୦ ଦିନରେ ୨୭୪.୫୫ କୋଟି ଟଙ୍କାର ବ୍ୟବସାୟ କରିଛି।

ଆଦିପୁରୁଷ ଦ୍ଵିତୀୟ ଶନିବାର ୫.୨୫ କୋଟି ଟଙ୍କା ଆୟ କରିଥିବା ବେଳେ ରବିବାର ୬ କୋଟି ବ୍ୟବସାୟ କରିଛି। କିନ୍ତୁ ଏହା ନିର୍ମାତାଙ୍କ ପାଇଁ ବଡ଼ ଆଶ୍ଵସ୍ତିକର ବିଷୟ ନୁହେଁ। କାରଣ ଯେଉଁ ଫିଲ୍ମ ପ୍ରଥମ ୩ ଦିନରେ ୨୨୦ କୋଟି ଟଙ୍କା ଆୟ କରୁଛି, ସେହି ଫିଲ୍ମ ଅବଶିଷ୍ଟ ୭ ଦିନରେ ମାତ୍ର ୫୦ କୋଟି ବକ୍ସଅଫିସ୍ କଲେକ୍ସନ କରିଛି। ନିମ୍ନମାନର ଭିଏଫଏକ୍ସ, ଖରାପ ଚରିତ୍ର ଏବଂ ସଂଳାପ ଯୋଗୁଁ ବିବାଦ ଘେରରେ ଥିବା ଆଦିପୁରୁଷ ଭାରତରେ ଏବେ ୩୦୦ କୋଟି ଟଙ୍କାର ବ୍ୟବସାୟ କରିବା ମୁସ୍କିଲ ହୋଇ ପଡିଛି। ଅର୍ଥାତ ଆଦିପୁରୁଷ ୩୦୦ କୋଟି ଛୁଇଁବା ପୂର୍ବରୁ ହଲମାନଙ୍କରେ ଏହି ଫିଲ୍ମ ବନ୍ଦ ହୋଇ ସାରିଥିବ।

ଫିଲ୍ମକୁ ପସନ୍ଦ କରୁ ନାହାନ୍ତି ଦର୍ଶକ

ନିର୍ମାତା ଫିଲ୍ମକୁ ବୁଡିବାରୁ ବଞ୍ଚାଇବା ପାଇଁ ବହୁତ କିଛି ଚେଷ୍ଟା କରିଛନ୍ତି। ବିବାଦୀୟ ଡାଇଲଗ୍ ବଦଳାଇବା ସହ ଟିକେଟ୍ ମଧ୍ୟ ଶସ୍ତା କରି ଦେଲେ। ଏହା ସତ୍ତ୍ଵେ ଆଦିପୁରୁଷକୁ ଦର୍ଶକ ମିଳୁ ନାହାନ୍ତି। ଦର୍ଶକ ଏମିତି ଶସ୍ତା ଫିଲ୍ମରୁ ମୁହଁ ମୋଡ଼ି ନେଇଛନ୍ତି। ଫଳରେ ଏହି ଫିଲ୍ମ ଦ୍ଵିତୀୟ ସପ୍ତାହରେ ୧୦୦ କୋଟି ବି ଆୟ କରି ପାରି ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ