Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିରର ଭିତର ଦୃଶ୍ୟ 

ପୁରୀ: ପୁଣି ଶ୍ରୀମନ୍ଦିରର ସୁରକ୍ଷାକ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। କଡା ସୁରକ୍ଷା ଭିତରେ ବି ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ । କଡା ସୁରକ୍ଷା ବଳୟ ଭିତରେ ଶ୍ରୀମନ୍ଦିର ଭିତର ଭିଡିଓ କିପରି ଭାଇରାଲ ହେଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ଭିଡିଓ ସୁଟ କରିବା ସହ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏବେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଚାଲିଛି। ଯେଉଁଥିପାଇଁ ଏବେ ଶ୍ରୀମନ୍ଦିରକୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ଏତେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ଏବଂ ଆଡପ ମଣ୍ଡପର ଫଟୋ ଓ ଭିଡିଓ ଭାଇରାଲ ହେଲା କିପରି ? ଏହା ନିଶ୍ଚିତ ଭାବେ ଯାଞ୍ଚ ବ୍ୟବସ୍ଥାରେ ଅବହେଳାକୁ ଇଙ୍ଗିତ କରୁଛି।

ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ବୁଲି ବୁଲି ଭିଡିଓ ସୁଟ କରିଛନ୍ତି ଏବଂ ଏହି ଭିଡିଓକୁ ସେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ରୋହିତ ଜୈସ୍ୱାଲ ଏବଂ ତାଙ୍କର ଘର ବାରାଣାସୀରେ ବୋଲି ଜଣାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ