Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିନା ବୀମା, ପର୍‌ମିଟରେ ଚାଲିଥିଲା ୨୫ବର୍ଷ ପୁରୁଣା ବସ୍‌; ଦୁର୍ଘଟଣା ପାଇଁ ବସ୍ ମାଲିକ ଦାୟୀ

ଗଞ୍ଜାମ: ଗଞ୍ଜାମର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାହାଘର ଭୋଜି ଖାଇ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ମୃତ୍ୟୁ। ବିଳମ୍ବିତ ରାତିରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା। ଘରୋଇ ବସଟି ସରକାରୀ ଓଏସ୍ଆରଟିସି ବସକୁ ଧକ୍କା ଦେଇଥିଲା। ଚାଲିଗଲା ୧୨ ଜଣଙ୍କ ଜୀବନ। ସେଥିରୁ ୧୧ ଜଣ ଥିଲେ ପୂର୍ବତନ ସାଂସଦଙ୍କ ସମ୍ପର୍କୀୟ। ତେବେ ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ପରମିଟ୍ ଓ ବୀମା ନଥିବା ଜଣାପଡ଼ିଛି । ରାତିରେ ଚଳାଚଳ ପାଇଁ ଘରୋଇ ବସ୍ ପାଖରେ ଆବଶ୍ୟକୀୟ ପରିମିଟ୍ ନଥିବା କହିଛନ୍ତି ଗଞ୍ଜାମ ଆରଟିଓ ମାନସ ସାହୁ ।

ଗଞ୍ଜାମ ଆରଟିଓ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍ କୁ ରାତିରେ ଚଳାଚଳ ପାଇଁ ଅନୁମତି ଦିଆଯାଇନଥିଲା । ବସଟିର ଇନ୍ସୁରାନ୍ସ ମଧ୍ୟ ନାହିଁ । ଦୁର୍ଘଟଣା ପାଇଁ ବସ୍ ମାଲିକ ଦାୟୀ ବୋଲି କହିଛନ୍ତି ଆରଟିଓ । ସୂଚନା ଅନୁସାରେ, ଘରୋଇ ବସଟି ୨୫ ବର୍ଷ ପୁରୁଣା ହୋଇଥିବା ବେଳେ ଏହାର ସ୍ଥିତି ମଧ୍ୟ ଭଲ ନଥିଲା । ଏନେଇ ପୋଲିସରେ ଅଭିଯୋଗ କରାଯାଇଥିବା ବେଳେ ଏହାର ତଦନ୍ତ ଚାଲିଛି ।

ମିଳିଥିବା ସୂଚନା ଅନୁସାରେ, ବସଟି ୧୯୯୮ ମସିହା ମାର୍ଚ୍ଚ ୨୬ରେ ପଞ୍ଜିକୃତ ହୋଇଥିବା ବେଳେ ୨୦୨୩ ନଭେମ୍ବର ୨୬ ଯାଏ ଫିଟନେସ୍ ରହିଛି । ବସର ଇନ୍ସୁରାନ୍ସ ମଧ୍ୟ ନାହିଁ । ଯେଉଁ ବୀମା ଥିଲା ତାହା ୨୦୨୩ ଏପ୍ରିଲ୍ ୧୩ରୁ ସରିଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ