Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୪ ଦିନ ହେଲା ଅନେକ ଗାଁ ଅନ୍ଧାରରେ: ଆଜି କଂଗ୍ରେସ ଘେରିବ ଅଫିସ

ସମ୍ବଲପୁର (ଡଙ୍ଗରପଡା):ହାତୀବାରି ସେକ୍ସନର ଅନେକ ଗାଁ ଏବେବି ଘନ ଅନ୍ଧାରରେ ରହିଛି। ଟାଟା ପାୱାର ପାଉନି ଟେର୍। ଆଜିକୁ ୪ ଦିନ ହେଲା ମୌସୁମୀ ଆଗମନ ପରେ ପରେହିଁ ଯେମିତି ଅନେକ ଗାଁକୁ ଘୋଟିଆସିଛି ଘନ ଅନ୍ଧାର ।କିଟିମିଟି ଅନ୍ଧାର ଭିତରେ ଅନେକ ଗ୍ରାମବାସୀ ଦିନ କଟାଉଛନ୍ତି । ସେମାନଙ୍କ ହାରିଗୁହାରି ଶୂଣିବାକୁ ଯେମିତି ଟିପିଡବ୍ଲୁଡିଏଲ ଅସହାୟ ହୋଇପଡିଛି । ସେମାନଙ୍କ କାର୍ଯ୍ୟ ଦକ୍ଷତା ହାର ମାନିଛି । ସତେ ଯେପରି ବିଜୁଳି ଆଳୁଅ ଦାଉ ସାଧିଛି ଏହି ସବୁ ଗାଁ ଗୁଡୁକୁ। ଏଭଳି ଦୃଶ୍ୟବି ୪ ଦିନ ତଳର ପରି ଆଜିବି ଦୃଶିୟମାନ ହୋଇଛି।ପଟୁଆମହାଣ, ଡଙ୍ଗରପଡା,ଲିଟିମୁଣ୍ଡା,ଘୁଡାପାଲ,ବାସୁପାଲି, ଖଜୁରପାଲି,ଟାମ୍ପରଗଡ ଭଳି ଅନେକ ଗାଁରେ ଖେଳି ରହିଛି କିଟିମିଟିଆ ଅନ୍ଧାର । ବିଦ୍ୟୁତ୍ ବିତରଣକାରୀ ଠିକା ସଂସ୍ଥା ଏଥିପ୍ରତି ଆଦୌ ନଜର ଦେଉନି କିମ୍ବା ବିଭାଗୀୟ ଅବା ପ୍ରଶାସନିକ ତତ୍ପରତା ଦେଖାଯାଉନି। କିନ୍ତୁ ବିଦ୍ୟୁତ ବିଲ ପାଇଁ ଗ୍ରାହାକ ମାନଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣତ୍ମକ ବ୍ୟବହାର ପାଇଁ ସେମାନଙ୍କ ଯେଭଳି ପାରିବାପଣିଆ ଦେଖାଯାଏ ଏଭଳି ସମସ୍ୟାର ସମାଧାନ ପ୍ରତି ସେଭଳି ଆନ୍ତରିକତା ବି ରହିବା କଥା। ହେଲେ ଏହା ଦେଖା ଯାଉନି। ଫଳରେ ଏହି ବିଭାଗୀୟ କର୍ମଚାରୀଙ୍କ ପ୍ରତି ସାଧାରଣ ଲୋକଙ୍କ ରୋଷ ବଢିବା ସ୍ୱାଭାବିକ କଥା ।ଏହି ସବୁ ଗାଁ ପରି ଯୁଯୋମୁରା ବ୍ଲକ୍ ର ଅନେକ ଗାଁ ଏଭଳି ଅବସ୍ଥାରେ ରହିଛି। ଫଳରେ ସାଧାରଣ ଜୀବନଯାତ୍ରାରେ ବିଭିନ୍ନ ବାଧାବିଘ୍ନ ସାଙ୍ଗକୁ ପାନୀୟଜଳ ବି ଆଉ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଲାଣି । ବିଜୁଳି ନାହିଁତ ପମ୍ପ୍ ଚଳିବ କେମିତି ? ପମ୍ପ୍ ନଚଳିଲେ ଲୋକେ ପିଇବାକୁ ପାଣି ପାଇବେ କେଉଁଠୁ ? ଫଳରେ କଲମେ ଜଳ ଫେଲ ମାରିଛି ଅନେକ ଗାଁରେ । ଅଥଚ ପ୍ରତ୍ୟେକ ପଞ୍ଚୟତ ସହିତ ସମିତି ସଭାରେ ବିଦ୍ୟୁତ ଉପରେ ଏଜେଣ୍ଡା ରହିଥାଏ । କିନ୍ତୁ ବିଭାଗୀୟ ଅଧିକାରି ମାନଙ୍କ ଦେଖାମିଳୁନଥିଲେ ମଧ୍ୟ ଆମ ଲୋକ ପ୍ରତିନିଧି ମାନେ ଏଥିପାଇଁ ମୁହଁ ଖୋଲିପାରନ୍ତି ନାଁ ଅଧିକାରୀ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଉପସ୍ଥିତି କୁ ନିଶ୍ଚିତ କରିପାରୁଛି! ମନେ ହେଉଛି ଏମାନଙ୍କ ପ୍ରତି କାହାର ଲଗାମ୍ ନାହିଁ । ଫଳରେ ସେମାନଙ୍କ ମନମର୍ଜି କାମରେ ଦାଉ ସାଧୁଛନ୍ତି ନିରୀହ ଗ୍ରାମବାସୀ ।ଜନ ସମସ୍ୟା ପ୍ରତି ତିଳେ ମାତ୍ର ଦରଦ ନଥିବା ଦକ୍ଷତା ବିହୀନ ଅପାରଗଙ୍କ ସରକାର ନିରବ ନାଁ ବିଜୁଳି ସମସ୍ୟାର ସମାଧାନ ଦିଗରେ ସରକାର ନିଜେ ଅପାରଗ ତାହାକୁ ନେଇ ପ୍ରକାଶ ପାଉଛି ଭିନ୍ନ ମତ । ସେପଟେ ଦିନକୁ ୨୪ ଘଣ୍ଟା ମଧ୍ୟରେ ୪୮ ଥର ବିଜୁଳିର ଲୁଚକାଳି ଖେଳରେ ଲୋକେ ନୟାନ୍ତ ହେବାପରେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି କେମିତି ତାକୁ ନେଇ କେହି ଦେଇପାରୁ ନାହାନ୍ତି ସ୍ପଷ୍ଟ ଉତ୍ତର । ଲୋକଙ୍କ ଏଭଳି ଦୁର୍ଦ୍ଧିନ ଅବସ୍ଥାକୁ ଆଖିରେ ଦେଖି ବିଜେପି ପରେ ୨୭ ତାରିଖ କଂଗ୍ରେସ ଟିପିଡବ୍ଲୁଡିଏଲ କାର୍ଯାଳୟ ଆସନ୍ତାକାଲି ଘରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଜିଲ୍ଲା ସଭାପତି ଆସବ ଅଲ୍ଲି ଖାଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ କରାଯାଇ ମଙ୍ଗଳବାର ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ କଂଗ୍ରେସ ଘେରିବାଲୁ ସ୍ଥିର କରିଛି। କେବଳ ସମ୍ବଲପୁର ଜିଲ୍ଲା କାହିଁକି ସମଗ୍ର ଓଡିଶାରେ ଅପରଗ ବିଦ୍ୟୁତ ବିତରଣକାରୀ ସଂସ୍ଥା ଉପରେ ବିଦ୍ୟୁତ ଉପଭୋକ୍ତା ସଂଗଠନ ସହିତ ବିଜେପି,କଂଗ୍ରେସ ଭଳି ବିଭିନ୍ନ ରାଜନୈତିକ ଦଳ,ଏପରିକି ପଡା ପଡା ଗ୍ରାମବାସି ବିଷୋଦଗାର କରିବା ସତ୍ତ୍ୱେ ସରକାରୀ ଦଳକୁ ବିଜୁଳିର ଲୁଚକାଲି ଖେଳ କେମିତି ସୁହାଉଛି ତାହାହିଁ ଏବେ ପ୍ରଶ୍ନ ? ସରକାରୀ ଦଳର ନେତାଙ୍କ ନିରବତାହିଁ ଟାଟା ପାୱାରକୁ ବଳ ଦେଉଛି ବୋଲି ଯେଉଁ କଥା ଉଠୁଛି ସେଦିଗରେ ସରକାରୀ ଦଳବି ମୁହଁ ଖୋଲିବା ଏବେ ସମୟ ଆସିଛି ।