Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗ୍ରୀଲ କାଟି ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ସହିତ ନଗଦ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଉଫୁଲା ଗ୍ରାମ ପଞ୍ଚାୟତ ର ଦନ୍ତାପାଲି ଗ୍ରାମ ରେ ଜୈନିକ ଅବସରପ୍ରାପ୍ତ ଶିକ୍ଷକ ଦମ୍ପତି ଙ୍କ ଘରୁ ଗ୍ରୀଲ କାଟି ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ସହ ନଗଦ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ଅନୁସାରେ ଦନ୍ତାପାଲି ଗ୍ରାମର ର ଅବସରପ୍ରାପ୍ତ ଶିକ୍ଷକ ଜଗଦିଶ ପଣ୍ଡା ଓ ତାଙ୍କ ସ୍ତ୍ରୀ ତଥା ରଥପୁର ସ୍କୁଲ ର ଶିକ୍ଷୟତ୍ରୀ କଳ୍ପନା ଯୋଶି ଛତିଶଗଡ ରେ ଥିବା ତାଙ୍କ ଝିଅ ଘରକୁ ଯାଇଥିଲେ। ଘରେ ତାଲା ମାରି ସେ ଯାଇଥିବା ବେଳେ ଗ୍ରାମର ଜଣେ ପଡୋଶି ଙ୍କୁ ଘର ଦେଖାରେଖା କରିବାକୁ କହିଥିଲେ। ପଡୋଶି ଜଣକ ଶ୍ରୀଯୁ୍କ୍ତ ପଣ୍ଡା ଙ୍କ ଘର ମଧ୍ୟ ଜଗୁଥିଲେ। ମାତ୍ର ଗତ ରାତ୍ରୀରେ ସେ ଶୋଇବାକୁ ଆସି ନ ଥିଲେ। ଏହାର ସୁଯୋଗ ନେଇ ଚୋରମାନେ ଘର ର ଗ୍ରୀଲ କାଟି ନଗତ ୧୩ ହଜାର ଟଙ୍କା ସହିତ ୧୫ଭରି ସୁନା ଗହଣା ଚୋରି କରିନେଇଥିବା ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଜଗୁଆଲି ଜଣକ ଗତ ରାତ୍ରିରେ ଶୋଇବାକୁ ଆସିନଥିବା ବେଳେ ସୋମବାର ସକାଲୁ ଆସି ଦେଖିଲା ବେଳକୁ ଘରର ଗ୍ରୀଲ କାଟି ତାଲା ଭାଙ୍ଗି ଘର ଭିତର କୁ ପସି ଭିତରେ ଥିବା ଅଲମାରି ଭାଙ୍ଗି ଚୋରି ହୋଇଥିବା ନେଇ ସେ ଘର ମାଲିକ ଶ୍ରୀଯୁକ୍ତ ପଣ୍ଡାଙ୍କୁ ସୁଚନା ଦେଇଥିଲେ । ସୁଚନା ପାଇ ଶ୍ରୀଯୁକ୍ତ ପଣ୍ଡା ତାଙ୍କ ସମ୍ପର୍କିୟ ଙ୍କୁ ଫୋନ ଯୋଗେ ସୁଚନା ଦେଇଥିଲେ ।
ଏନେଇ ଘରମାଲିକ ଙ୍କ ଜ୍ବାଇଁ ରାମନାରାୟଣ ହୋତା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଆଧାରରେ କେସ ନଂ ୧୦୩/୨୩ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରିଣୀ ରାଜେଶ୍ବରୀ ଭୋଇ ସୁଚନା ଦେଇଛନ୍ତି। ଅଭିଯୋଗ ପରେ ବୀରମହାରାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ଅପରାହ୍ନରେ ସାଣ୍ଟିକଫିକ ଟିମ ଓ ଅନୁସନ୍ଧାନି କୁକୁର ସହାୟତାରେ ତଦନ୍ତ କରିଛି। ସୁଚନାମତେ ଗତ କିଛି ଦିନ ମଧ୍ୟରେ ବୀରମହାରାଜପୁର ଅଞ୍ଚଳରେ ଗ୍ରୀଲ କାଟି ଚୋରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପୋଲିସ ଚୋର ଓ ଚୋରି ଜିନିଷ ଧରିବାରେ ସଫଳ ହୋଇପାରୁ ନାହିଁ। ଫଳରେ ସାଧାରଣ ରେ ପୁଲିସ ଉପରୁ ବିଶ୍ବାସ ଧୀରେ ଧୀରେ କମି କମି ଯାଉଛି I