Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଏକ ଭୟଙ୍କର ସଡ଼କ ଦୁର୍ଘଟଣା; ଗୋଟେ ପରିବାରର ୩ ମୃତ

କୋରାପୁଟ: ଗତକାଲି ଦିଗପହଣ୍ଡିର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ପରିବାରର ୭ ଜଣଙ୍କ ଜୁଇ ଏକାସାଙ୍ଗେ ଜଳିଥିଲା। ଗୋଟେ ଦୁଃଖ ନ ଯାଉଣୁ ଆଜି ସକାଳୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ପୁଣି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଗୋଟିଏ ପରିବାର ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏଯାଏ ମୃତକଙ୍କର ପରିଚୟ ମିଳି ପାରିନଥିବା ଜଣାପଡିଛି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଜୟପୁରରୁ ଏକ କାରରେ ଗୋଟିଏ ପରିବାରର ବାପାମା ଓ ଛୁଆ ତିନିଜଣ ବିଶାଖାପାଟଣା ଯାଉଥିଲେ। ବିପରୀତ ଦିଗରୁ ଏକ ଟ୍ୟାଙ୍କର ବିଶାଖାପାଟଣାରୁ ଦାମନଯୋଡ଼ି ଅଭିମୁଖେ ଆସୁଥିଲା। ପୁଙ୍ଗାର ଗାଁ ନିକଟରେ ଏହି ଦୁଇ ଗାଡ଼ି ପରସ୍ପର ମୁହାଁମୁହିଁ ଧକ୍କା ହୋଇଥିଲେ।

ଖବର ପାଇ ପଟାଙ୍ଗୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି ଡାକ୍ତରଖାନା ପଠାଇଛି। ଦୁର୍ଘଟଣା କେମିତି ଘଟିଲା ସେ ନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ