Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାର୍ଗେଟରେ ସଲମାନ୍‌; ସୁଯୋଗ ମିଳିଲେ ସଲମାନଙ୍କୁ ମାରିବାକୁ ଖୋଲା ଧମକ

ମୁମ୍ବାଇ: ଗତ ବର୍ଷ ଲୋକପ୍ରିୟ ପଞ୍ଜାବୀ ରାପର ସିଦ୍ଧୁଙ୍କୁ ତାଙ୍କ ଗାଁ ଠାରୁ କିଛି କିଲୋମିଟର ଦୂରରେ ଥିବା ମାନସାରେ ଗୁଳି କରି ହତ୍ୟା କରାଯାଇଥିଲା। ସୂଚନାନ ଅନୁଯାୟୀ କାନାଡାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ସିଦ୍ଧୁଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏହାପରେ ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କ ପାଳି ପଡିବ ବୋଲି ମଧ୍ୟ ସେ ଖୋଲାଖୋଲି ଭାବରେ କହିଥିଲେ।

ତେବେ ପୁଣି ସଲମାନଙ୍କୁ ଟାର୍ଗେଟ କରିଛି ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର । ସୁଯୋଗ ମିଳିଲେ ସଲମାନଙ୍କୁ ମାରିବାକୁ ଖୋଲା ଧମକ ଦେଇଛି ଗୋଲଡି ବରାର । ଏକ ଜାତୀୟ ଗଣମାଧ୍ୟମକୁ ଗୋଲ୍ଡି ବ୍ରାର କହିଛି ଯେ, ତା ଟାର୍ଗେଟରେ ଏବେ ସଲମାନ ଖାନ ଅଛନ୍ତି , ଆଉ ସୁଯୋଗ ମିଳିଲେ ସେ ତାଙ୍କୁ ନିଶ୍ଚିତ ମାରିବେ ।

ଭାରତର ସବୁ ଏଜେନ୍ସି ଗୋଲ୍ଡି ଧରିବାକୁ ଉଦ୍ୟମ ଚଳାଇଛନ୍ତି । ୧୯୯୮ ମସିହାରୁ ସଲମାନ ଖାନକୁ ଲଗାତାର ଧମକ ଦେଇ ଆସୁଛନ୍ତି ଗ୍ୟାଙ୍ଗଷ୍ଟର 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ