Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେଲେଙ୍ଗାନାରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ବଡ଼ ଝଟକା, କଂଗ୍ରେସରେ ମିଶିଲେ ୩୫ ନେତା

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଭାରତ ରାଷ୍ଟ୍ର ସମିତିକୁ ବଡ଼ ଝଟକା ଦେଇଛି। ତେଲେଙ୍ଗାନା ସରକାରରେ ମନ୍ତ୍ରୀ ଥିବା ତଥା ୫ ଥରର ବିଧାୟକ ଜୁପଲ୍ଲୀ କୃଷ୍ଣା ରାଓ, ପୂର୍ବତନ ସାଂସଦ ପୋଙ୍ଗୁଲେଟି ଏବଂ ଛଅ ଥରର ବିଧାୟକ ଗୁରୁନାଥ ରେଡ୍ଡୀଙ୍କ ସମେତ ୩୫ ନେତା କଂଗ୍ରେସରେ ମିଶିଛନ୍ତି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ପ୍ରଦେଶ କଂଗ୍ରେସର ନେତା ଉପସ୍ଥିତ ଥିଲେ।

କର୍ଣ୍ଣାଟକ ବିଜୟ ପରେ କଂଗ୍ରେସର ଉତ୍ସାହ ଚରମରେ ରହିଛି। ପାର୍ଟି ତେଲେଙ୍ଗାନାରେ ଉନ୍ନତ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ପ୍ରଦେଶ କଂଗ୍ରେସର ବରିଷ୍ଠ ନେତାଙ୍କ ମତରେ ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ଖୋଦ୍ ତାଙ୍କ ପାର୍ଟିର ବହୁତ ନେତା ଅସନ୍ତୁଷ୍ଟ ଅଛନ୍ତି। ଅନେକ ବିଧାୟକ ଏବଂ ନେତା କଂଗ୍ରେସରେ ସାମିଲ୍ ହେବାକୁ ଚାହାନ୍ତି। କିନ୍ତୁ କଂଗ୍ରେସ ସଂଗଠନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବ। ଖୁବ୍ ଶୀଘ୍ର ଆଉ କିଛି ନେତା କଂଗ୍ରେସରେ ମିଶିବେ ବୋଲି ସେ କହିଛନ୍ତି।

ଏପରିକି ବିଜେପିର ଅନେକ ନେତା ମଧ୍ୟ କଂଗ୍ରେସର ଯୋଗାଯୋଗରେ ଅଛନ୍ତି। ସଠିକ୍ ସମୟରେ ସେମାନଙ୍କୁ ପାର୍ଟିରେ ସାମିଲ୍ କରାଯିବ ବୋଲି ତେଲେଙ୍ଗାନା କଂଗ୍ରେସର ଜନୈକ ବରିଷ୍ଠ ନେତା କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ସମୟରେ ମଧ୍ୟ ତେଲେଙ୍ଗାନାରେ ବହୁତ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା, ଯାହା ପାର୍ଟି ପାଇଁ ନୂତନ ଆଶାର କିରଣ ସଞ୍ଚାର କରିଛି। ତେଣୁ ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସ ଉନ୍ନତ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି।

More Stories