Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୁଣି ଦୁର୍ଘଟଣା; ଓଲଟି ପଡିଲା ଯାତ୍ରୀବାହୀ ବସ୍, ୧୦ରୁ ଅଧିକ ଆହତ, ୫ ଗୁରୁତର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ରଙ୍ଗାମାଟିଆ ଛକରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ଫଳରେ ପରେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘରୋଇ ବସଟି ବାଲେଶ୍ବର ଜିଲ୍ଲାର ଚନ୍ଦନଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲା। ଏହି ୧୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା ଜଣାପଡ଼ିଛି। ତେବେ ଜଣେ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯେତେବେଳେ ଡ୍ରାଇଭର ଜଣେ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ବସଟି ଭାରସାମ୍ୟ ହରାଇ ଓଲଟିପଡିଥିଲା।

ସମସ୍ତ ଆହତ ଯାତ୍ରୀଙ୍କୁ ବାରିପଦାସ୍ଥିତ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଥାଉ କି, ଗତକାଲି ଦିଗପହଣ୍ଡିର ଭୟଙ୍କର ସଡକ ଦୁର୍ଘଟଣା ସମସ୍ତଙ୍କ ମନରୁ ଏ ଯାଏ ଲିଭିନଥିବା ବେଳେ ପୁଣି ଏକ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

More Stories