Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ୟବସାୟୀଙ୍କୁ ଲଙ୍କାଗୁଣ୍ଡ ଫିଙ୍ଗି ଖଣ୍ଡାରେ ହାଣି ଲୁଟ ଘଟଣାରେ ମାଷ୍ଟରମାଇଣ୍ଡ ସହ ୪ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଇସ୍କନ ମନ୍ଦିର ସମ୍ମୁଖ ସର୍ଭିସ ରୋଡ଼ରେ ଗତ ୨୪ ତାରିଖ ଦିନ ଦିପହରେରେ ଜଣେ କବାଡି ବ୍ୟବସାୟୀ କୁନା ଚନ୍ଦ୍ର ଖଟୁଆଙ୍କୁ କିଛି ଦୁବୁର୍ତ୍ତ ଲଙ୍କା ଗୁଣ୍ଡ ଫିଙ୍ଗିବା ସହ ଖଣ୍ଡାରେ ଆକ୍ରମଣ କରି ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଆଜି ମାଷ୍ଟର ମାଇଣ୍ଡ ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ପଞ୍ଚମା ଗ୍ରାମର ମାଷ୍ଟର ମାଇଣ୍ଡ ପିଣ୍ଟୁ ନାହାକ, ଆମ୍ବଗଡର ରୁଦ୍ର ଡାକୁଆ, ବ୍ରହ୍ମପୁର ଫାଷ୍ଟ ଗେଟ ଅଞ୍ଚଳର କାଳିଆ ସାହୁ ଏବଂ ଚାଞ୍ଚଡ଼ା ପଲ୍ଲୀର ଅଜୟ ଲେଙ୍କା ବୋଲି ଜଣା ପଡିଛି l ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଦୁଇଟି ନମ୍ବର ବିହୀନ ମୋଟର ସାଇକେଲ, ଏକ ସ୍କୁଟି ୩ ଟି ଜୀବନ୍ତ ବୋମା, ଦୁଇ ଖଣ୍ଡା ସହ ନଗଦ ୮ ହଜାର ଟଙ୍କା ପୋଲିସ ଜବତ କରି ଥିବା ପୋଲିସ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି l ମିଳିଥିବା ସୂଚନା ଅନୁଯାଇ, ପିଣ୍ଟୁ ଏବଂ କୁନା ଉଭୟ କବାଡି ବ୍ୟବସାୟ କରୁ ଥିବା ବେଳେ ଉଭୟଙ୍କ ମଧ୍ୟରେ ବ୍ୟବସୟୀକ ଶତ୍ରୁତା ଲାଗିରହିଥିଲା ଏବଂ କିଛି ଦିନ ପୂର୍ବେ ମୁହାଁ ମୁହିଁ ମଧ୍ୟ ହୋଇଥିଲେ l
ଗତ ୨୪ ତାରିଖ ସାଢେ ୧୧ଟା ବେଳେ ନିଜ ମାଙ୍କ ଅସ୍ତ୍ର ପ୍ରଚାର ପାଇଁ ୩ ଲକ୍ଷ ଟଙ୍କା ଧରି ନିଜ ବାଇକ ନଂ ଓଡି0୭ ଏକ୍ଯୁ ୯୬୨୫ ଯୋଗେ ବ୍ରହ୍ମପୁର ଯାଉଥିବା ବେଳେ ହଳଦିଆପଦର ଇସ୍କନ ମନ୍ଦିର ସାମ୍ନା ସର୍ଭିସ ରୋଡ଼ ରେ ଏକ ବାଇକରେ ୩ ଜଣ ଦୁବୃର୍ତ୍ତ ତାଙ୍କୁ ଅଟକାଇ ଟିଙ୍ଗିରି ମୁହଁକୁ ଲଙ୍କା ଗୁଣ୍ଡା ଫିଙ୍ଗି ଥିଲେ l ସେ ଘଟଣା ସ୍ଥଳରୁ ଦୌଡି ପଳାଉଥିବା ବେଳେ ଦୁବୃତ୍ତ ମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରି ସେ ଧରିଥିବା ୩ ଲକ୍ଷ ଟଙ୍କା ନେଇ ଘଟଣା ସ୍ଥଳେରୁ ବାଇକ ଚମ୍ପଟ ମାରିଥିଲେ ଥିଲେ l ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତ ଟିଙ୍ଗିରିଙ୍କୁ ଉଦ୍ଧାର କରି ରାଜପଥ ଆମ୍ବୁଲାନ୍ସ ଦ୍ଵାରା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଆଇପିଏସ୍ ପ୍ରୋବେସନ ଅଙ୍କିତ କୁମାର ବର୍ମା, ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ଓ ଅନ୍ୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ ତଦନ୍ତ ଆରମ୍ଭ କରିବା ସହ ସେଠାରୁ ଦୁଇଟି ଖଣ୍ଡା, ଗୋଟିଏ ବାଇକ ପୋଲିସ ଜବତ କରିଛନ୍ତି l ଏ ନେଇ ଗୋଳନ୍ଥରା ଥାନା କେଶ ନଂ୨୮୪/୨୩ ରେ ପୋଲିସ ମାମଲା ରୁଜୁ କରିଥିଲା l

ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ ଗଳ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ ।ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋମବାର ପୋଲିସ ପୁରୀ ଏକ ଲଜରେ ଚଢ଼ାଉ କରି ଅଭିଯୁକ୍ତ ମାନଂକୁ ଗିରଫ କରିବାରେ ସକ୍ଷମ ହୋଇଥିଲା l ଅନ୍ୟ ପଟେ ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି l ଫେରାର ଥିବା ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ମହନ୍ତ ସୂଚନା ଦେଇଛନ୍ତି lଅନ୍ୟ ପଟେ ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ରହିଥିବା ବେଳେ ବିଭିନ୍ନ ସମୟରେ ଘଟଣା ଘଟାଇ ପୁଲିସ ଆଖି ରେ ଧୂଳି ଦେଇ ଗିରଫଦାରୀ ରୁ ବର୍ତ୍ତି ଯାଉଥିବା ପୁଲିସ ସୂଚନା ଦେଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ