Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ 

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି ବିଜେ ନୀତି। ଶରଧାବାଲି ଲାଗିଛି ଭକ୍ତଙ୍କ ଗହଳି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ ଭାଇ ଶ୍ରୀ ବଳଦେବଙ୍କୁ ପହଣ୍ଡି ବି‌ଜେ କରାଗଲା। ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ‌ବିଜେ କରାଯାଇ ରଥାରୂଢ କରାଯାଇଛି। ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ଦିବ୍ୟ ଟାହିଆରେ ସୁଶୋଭିତ ହୋଇ ଝୁଲି ଝୁଲି ଆସୁଛନ୍ତି କଳା ଶ୍ରୀମୁଖ।

ବାହୁଡ଼ା ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ରଥଯାତ୍ରା ସମୟରେ ନୀତିକାନ୍ତିରେ ବିଭ୍ରାଟ ଦେଖାଦେଇଥିଲା। ଏହାକୁ ସୁଧାରି ସଅଳ ନୀତିକାନ୍ତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନିଆଯାଇଛି । ମଧ୍ୟାହ୍ନ ୧୨ଟାରେ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥାନ୍ତା। କିନ୍ତୁ ସକାଳ ୮ଟାରୁ ପହଣ୍ଡି ଆରମ୍ଭ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ