Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାରି ରହିଛି ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’, ଏବେ ସାଜିଲେ ବାଇକ୍ ମେକାନିକ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ’ ଯାତ୍ରା ଜାରି ରହିଛି। କେତେ ବେଳେ ତାଙ୍କୁ ଟ୍ରକରେ ବସି ଡ୍ରାଇଭରଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିବା ବେଳେ ଆଉ କେତେବେଳେ ଛାତ୍ର-ଛାତ୍ରୀଙ୍କ ଗହଣରେ ଦେଖିବାକୁ ମିଳିଛି। ଏହି କ୍ରମରେ ମଙ୍ଗଳବାର ସେ ଦିଲ୍ଲୀର କରୋଲ ବାଗରେ ବାଇକ୍ ଏଵଂ ସାଇକେଲ୍ ମେକାନିକଙ୍କୁ ଭେଟିଛନ୍ତି। ଏହି ସମୟରେ ରାହୁଲ ଦୋକାନରେ ମିସ୍ତ୍ରୀଙ୍କ ସହ ତଳେ ବସି ବାଇକ୍ ମରାମତି କାମ କରୁଥିବା ଦେଖିବାକୁ ମିଳିଛି। ବାଇକ୍ ଠିକ୍ କରିବା ସମୟରେ ପେଞ୍ଚକସ ଉଠାଇବା ସମୟରେ ସେ ଗ୍ରାହକ ଏବଂ ବାଇକ୍ ମେକାନିକଙ୍କ ସହ କଥାବାର୍ତ୍ତା ହୋଇଥିଲେ।

ରାହୁଲ ଗାନ୍ଧୀ କରୋଲ ବାଗର ସାଇକେଲ୍ ବଜାରରେ ବ୍ୟବସାୟୀ ଏବଂ ଶ୍ରମିକଙ୍କୁ ମଧ୍ୟ ଭେଟିଛନ୍ତି। କଂଗ୍ରେସ ନେତାଙ୍କୁ ଭେଟିବା ପାଇଁ ଲୋକଙ୍କ ଖୁବ୍ ଭିଡ଼ ଜମିଥିଲା। ରାହୁଲ ସ୍ଥାନୀୟ ଲୋକଙ୍କ ସହ ହାତ ମଧ୍ୟ ମିଳାଇଥିଲେ। ଏହା ପୂର୍ବରୁ ରାହୁଲ ଗାନ୍ଧୀ ଆମେରିକାରେ ଟ୍ରକରେ ଯାତ୍ରା କରିଥିଲେ ଏବଂ ଡ୍ରାଇଭରଙ୍କ ବିସ୍ତୃତ କଥାବାର୍ତ୍ତା ହୋଇଥିଲେ, ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା।

ପ୍ରଥମ ଥର ରାହୁଲ ଦିଲ୍ଲୀରେ ସ୍ଥାନୀୟ ଲୋକଙ୍କୁ ଭେଟି ନାହାନ୍ତି। ରମଜାନ ସମୟରେ କଂଗ୍ରେସ ନେତା ପୁରୁଣା ଦିଲ୍ଲୀର ମଟିଆ ମହଲ ଏବଂ ବଙ୍ଗାଲି ବଜାର ଯାଇଥିଲେ। ସେଠାରେ ସେ ଲୋକପ୍ରିୟ ଖାଦ୍ୟ ବ୍ୟଞ୍ଜନର ମଜା ଉଠାଇଥିଲେ. ଏହା ପରେ ସେ ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ସିଭିଲ୍ ସର୍ଭିସ୍ ପରୀକ୍ଷାର ପ୍ରସ୍ତୁତି କରୁଥିବା ପିଲାଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବଉା ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇ ସାରିଛି। ହେଲେ ସେ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି। ତାଙ୍କର ଭାରତ ଯୋଡ଼ୋ ଯାତ୍ରାର ପ୍ରଭାବ ମଧ୍ୟ ଦେଶରେ ଦେଖିବାକୁ ମିଳିଛି। ନିକଟରେ ସେ ପାଟନାରେ ଅନୁଷ୍ଠିତ ବିରୋଧୀଙ୍କ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ