Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାହୁଲ ଗାନ୍ଧୀଙ୍କ ବିରୋଧରେ ଟୁଇଟ୍ ପଡ଼ିଲା ମହଙ୍ଗା, BJP IT ସେଲ୍ ମୁଖ୍ୟ ଅମିତ୍ ମାଲଭିୟଙ୍କ ବିରୋଧରେ FIR

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବିରୋଧରେ ଟୁଇଟ୍ କରିବା ବିଜେପି ଆଇଟି ସେଲ୍ ପ୍ରମୁଖ ଅମିତ୍ ମାଲଭୀୟଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏଫଆଇଆର ରୁଜୁ ହୋଇଛି। କଂଗ୍ରେସ ନେତା ରମେଶ ବାବୁଙ୍କ ଅଭିଯୋଗକ୍ରମେ ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡସ ପୋଲିସ ଷ୍ଟେସନରେ ମାଲଭିୟଙ୍କ ବିରୋଧରେ ଆଇପିସିର ଧାରା ୧୫୩ଏ, ୧୨୦ବି, ୫୦୫(୨) ଏବଂ ୩୪ ଆଧାରରେ ମାମଲା ରୁଜୁ କରାଯାଇଛି। ମାଲଭିୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଟୁଇଟ୍ କରିଥିବା ଅଭିଯୋଗ ହୋଇଛି।

ରିପୋର୍ଟ ମୁତାବକ ଅମିତ୍ ମାଲଭିୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଟୁଇଟ୍ କରିଥିଲେ ଯେ, ଆରଜି ବିପଦଜ୍ଜନକ ଏବଂ ଭିତିରିଆ ଖେଳ ଖେଳୁଛନ୍ତି। ଏଥିରେ ଅଧିକ ବିପଦଜ୍ଜନକ ସେହି ଲୋକ ଯିଏ ସାମ୍ ପି ପରି ରାଗ ଜରିଆରେ ଭାରତରେ କଟ୍ଟରତା ଏବଂ ଘୃଣା ପ୍ରସାର କରୁଛନ୍ତି। ଏମିତି ଲୋକ ପିଏମ ମୋଦୀଙ୍କୁ ଲଜ୍ଜିତ କରିବା ପାଇଁ ବିଦେଶରେ କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି ବୋଲି ମାଲଭିୟ କହିଥିଲେ।

ଏହା ମଧ୍ୟରେ ଦକ୍ଷିଣ ବେଙ୍ଗାଲୁରୁର ବିଜେପି ସାଂସଦ ତେଜସ୍ଵୀ ସୂର୍ଯ୍ୟା ଅମିତ୍ ମାଲଭିୟଙ୍କ ବିରୋଧରେ ରୁଜୁ ଏଫଆଇଆରକୁ ରାଜନୀତିକୁ ପ୍ରେରିତ ଦର୍ଶାଇଛନ୍ତି। କଂଗ୍ରେସର ଏହି କାମକୁ ସେ ନିନ୍ଦା କରିଛନ୍ତି। ମାଲଭିୟଙ୍କ ବିରୋଧରେ ରୁଜୁ ଏଫଆଇଆର ଉପରେ କର୍ଣ୍ଣାଟକର ମନ୍ତ୍ରୀ ପ୍ରିୟଙ୍କା ଖଡ଼ଗେ କହିଛନ୍ତି, ବିଜେପି ନେତାଙ୍କ ଉପରେ ଯେବେ ଆଇନର ଛାଟ ପଡ଼େ ସେମାନେ କାନ୍ଦିବାରେ ଲାଗନ୍ତି। ସେମାନଙ୍କୁ ଦେଶର ଆଇନ ପାଳନ କରିବାରେ ସମସ୍ୟା ଉପୁଜିଥାଏ। ମୁଁ ବିଜେପିକୁ ପଚାରିବାକୁ ଚାହୁଁଛି ଯେ, ଏଫଆଇଆରରେ କେଉଁ ଅଂଶ ଭୁଲ୍ ଭାବେ ରୁଜୁ କରାଯାଇଛି। ଆଇନଗତ ରାୟ ନେବା ପରେ ଆମେ ଏଫଆଇଆର ଦେଇଛୁ ବୋଲି କର୍ଣ୍ଣାଟକ ମନ୍ତ୍ରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ