Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢିବ ପ୍ରିୟଙ୍କା ଗାନ୍ଧୀଙ୍କ ପତିଆରା ! ୨୦୨୪ ନିର୍ବାଚନରେ ହୋଇ ପାରନ୍ତି କଂଗ୍ରେସର ନିର୍ବାଚନ ପ୍ରଭାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ କିଛି ମାସର ସମୟ ରହିଛି। ଏହା ପୂର୍ବରୁ କଂଗ୍ରେସ ନିଜର ସଂଗଠନ ମଜବୁତ କରିବା ସହ ଯେଉଁଠି ଦୋଷ-ତ୍ରୁଟି ରହିଛି ତାହା ସଜାଡ଼ିବା ଉପରେ ଜୋର ଦେଇଛି। ବିରୋଧୀ ଏକତାଠୁ ନେଇ ନିଜର ସଙ୍ଗଠନରେ ସୁଧାର ପର୍ଯ୍ୟନ୍ତ ଦଳ ସମସ୍ତ ଉଦ୍ୟମ ଜାରି ରଖିଛି। ଆଗାମୀ କିଛି ଦିନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନିଜ ନୂତନ ଦଳ ଘୋଷଣା କରି ପାରନ୍ତି। ଏହା ସହିତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ଉପରେ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଏହା ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ, କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ବଡ଼ କାମ ଦିଆଯାଇପାରେ। କଂଗ୍ରେସ ସୂତ୍ର ଅନୁଯାୟୀ, ପ୍ରିୟଙ୍କା ଗାନ୍ଧୀଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇପାରେ।

ଏହା ସହିତ ତାଙ୍କୁ ସାଧାରଣ ସଂପାଦକ ପଦ ଦେଇ ନିର୍ବାଚନ ପ୍ରଭାରୀ ମଧ୍ୟ କରାଯିବାର ସମ୍ଭାବନା ରହିଛି। ଯଦି ଏମିତି ହୁଏ ତେବେ ୨୦୨୪ର ନିର୍ବାଚନ ଅଭିଯାନର ନେତା ରହିବେ ପ୍ରିୟଙ୍କା ଗାନ୍ଧୀ। ହିମାଚଳ ଏବଂ କର୍ଣ୍ଣାଟକ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଖୁବ୍ ସକ୍ରିୟ ଥିଲେ। ଦୁଇ ରାଜ୍ୟରେ ଦଳର ବିଜୟର ଶ୍ରେୟରେ ନେତାଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ମଧ୍ୟ ରହିଛି। ଏମିତିରେ କଂଗ୍ରେସ ତାଙ୍କୁ ନୂତନ ଦାୟିତ୍ଵ ସହ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବାକୁ ଚାହୁଁଛି। ପ୍ରିୟଙ୍କାକୁ ସଂପ୍ରତି ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶ ପରି ରାଜ୍ୟର ନିର୍ବାଚନୀ ଦାୟିତ୍ଵ ଦିଆଯାଇଛି। ମାତ୍ର ଏବେ ଲୋକସଭା ନିର୍ବାଚନ ୨୦୨୪ର ଦାୟିତ୍ଵ ବି ତାଙ୍କୁ ମିଳିପାରେ।

କଂଗ୍ରେସ କାର୍ଯ୍ୟକାରୀ କମିଟିରେ ମୋଟ୍ ୩୫ ନେତାଙ୍କୁ ସାମିଲ୍ କରାଯାଇପାରେ। ଏଥିରେ ମଧ୍ୟ ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ଥାନ ମିଳିବ। ଏହା ବ୍ୟତୀତ କେସି ବେଣୁଗୋପାଳ, ରଣଦୀପ ସୁରଜେଓ୍ଵାଲା, ଶୈଲଜା କୁମାରୀ, ମାଣିକ ରାଓ ଠାକରେଙ୍କୁ ମଧ୍ୟ ସାମିଲ୍ କରାଯିବାର ପ୍ରସ୍ତାବ ରହିଛି। ଏପରିକି ଅଜୟ ମାକନ ଏବଂ ମୋହନ ପ୍ରକାଶଙ୍କୁ ମଧ୍ୟ ସଦସ୍ୟ କରାଯାଇପାରେ। ଆସନ୍ତା ମାସରେ ହିଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି ନେତାଙ୍କ ତାଲିକା ଜାରି କରିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ