ଗୋପାଳପୁର ୨୮/୬, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପକ୍ଷରୁ ଯୁକ୍ତ ୩ ଷଷ୍ଠ ସେମିଷ୍ଟାର ତଥା ଶେଷ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ରେଗୁଲାର ଓ ବେକ ପରୀକ୍ଷା ଫଳ ପ୍ରକାଶ ପାଇଛି l କଳାରେ ୧୩୫୦୮ ଜଣ ଛାତ୍ର ଛାତ୍ରୀ ପଞ୍ଜିକୃତ କରିଥିବା ବେଳେ ୧୩୧୬୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୨୪୯୬ ପାସ ହୋଇଥିବା ବେଳେ ପାସ ହାର ୯୪.୯୪ %, ସେହିପରି ବାଣିଜ୍ୟରେ ୧୩୨୨ ଜଣ ଛାତ୍ର ଛାତ୍ରୀ ପଞ୍ଜିକୃତ କରିଥିବା ବେଳେ
୧୨୯୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୧୩୩ ପାସ ହୋଇଥିବା ବେଳେ ପାସ ହାର ୮୭.୮୩ %, ସେହିପରି ବିଜ୍ଞାନରେ ମୋଟ ୫୯୧୮ ଜଣ ଛାତ୍ର ଛାତ୍ରୀ ପଞ୍ଜିକୃତ କରିଥିବା ବେଳେ ୫୮୧୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୫୩୭୭ ପାସ ହୋଇଥିବା ବେଳେ ପାସ ହାର ୯୨.୪୫% ହୋଇଛନ୍ତି l ୭ ଜଣଙ୍କ ୱିଥାଲ୍ଟ ରହିଛି l ଏହି ପରୀକ୍ଷା ଚଳିତ ବର୍ଷ ମେ ମାସରେ ହୋଇଥିଲା l ଆଜି ଅପରାହ୍ନରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ କକ୍ଷରେ ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରାୟଣ କୁଣ୍ଡ, ସହ ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟବ୍ରତ ପାତ୍ର, ଉପ କୁଳସଚିବ ଡ଼. ବାବୁଜୀ ସାମଲ, ସହ କୁଳସଚିବ ଡ଼. ସରୋଜ କୁମାର ଦାଶ, ପରୀକ୍ଷା ବିଭାଗର ସେକ୍ସନ ଅଫିସର ଅଜିତ କୁମାର ବେହେରା, ପ୍ରସନ୍ନଜିତ୍ ବେହେରା, ସୁରେନ୍ଦ୍ର ନାୟକ, ଅରବିନ୍ଦ ନାୟକ ଉପସ୍ଥିତ ରହି ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ l ଛାତ୍ର, ଛାତ୍ରୀ ମାନେ ବିଶ୍ଵବିଦ୍ୟାଳୟଇୱେବ୍ ସାଇଟ୍ www.buodisha.edu.in ମାଧ୍ୟମରେ ପରୀକ୍ଷା ଫଳ ଏବଂ ସାର୍ଟିଫିକେଟ ଡାଉନ୍ ଲୋଡ କରିପାରିବେ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. କୁଣ୍ଡ କହିଛନ୍ତି l ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିରର କମ୍ପୁଟର ସାଇନ୍ସ ଛାତ୍ରୀ ପି. ଅର୍ପିତା ସୁବୁଦ୍ଧି ୧୩୫୧ ସର୍ବାଧିକ ମାର୍କ ରଖି ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି l କଳାରେ ଆଥ୍ରୋପୋଲୋଜି ବିଭାଗର ମୋଡେଲ ଡିଗ୍ରୀ କଲେଜ ରାୟଗଡାର ରିସ୍ତା ମହାପାତ୍ର ୧୨୬୦ ସର୍ବାଧିକ ମାର୍କ ରଖି ଟପର ହୋଇଛନ୍ତି l ସେହିପରି ଅର୍ଥନୀତିରେ ତାରାତାରିଣୀ କଲେଜର ସୂଚୀସ୍ମିତା ପଣ୍ଡା ୧୨୪୪, ଶିକ୍ଷାରେ ଜୟପୁର ମହିଳା ମହାବିଦ୍ୟାଳୟର ଏନ. ପଲଭି ୧୨୮୭,ଇଂରାଜୀରେ ତାରାତାରିଣୀ କଲେଜର ପ୍ରିୟାଞ୍ଜଳି ବେହେରା ୧୧୩୨, ଭୂଗୋଳରେ ଶ୍ରୀରାମ ଡିଗ୍ରୀ କଲେଜ କାଶୀନଗର ଅଭିଶ୍ଵେତା ପାତ୍ର ୧୨୧୬,ହିନ୍ଦୀ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଏ. ବାସୁଦେବ ପାତ୍ର ୧୨୮୩,, ଇତିହାସ ଛତ୍ରପୁର ମହିଳା ମହାବିଦ୍ୟାଳୟ ପୂଜା ନାହାକ ୧୨୧୨, ଗୃହ ବିଜ୍ଞାନ ଛତ୍ରପୁର ମହିଳା ମହାବିଦ୍ୟାଳୟର ଆର. ଲକ୍ଷ୍ମୀ ରେଡି ୧୨୧୫,ଆଇ ଆର ଏଣ୍ଡ ପି ଏମ ଗୁଣୁପୁର ଥାଇରାମା ମହିଳା ମହାବିଦ୍ୟାଳୟର ଦୀକ୍ଷିତା ଲିମା ୧୧୮୯, ସାମ୍ବାଦିକ ଓ ଗଣ ଯୋଗାଯୋଗ କେ ଏସ ୟୁ ବି ଭଞ୍ଜନଗରର ସମୀର ପ୍ରଧାନ ୧୦୫୩,ଓଡ଼ିଆ ତାରାତାରିଣୀ କଲେଜର ଶିବାନୀ ନାହାକ ୧୨୦୧,ଫିଲୋସୋଫିରେ ବ୍ରହ୍ମପୁର ଏସ ବି ଆର ମହିଳା ମହାବିଦ୍ୟାଳୟର ଭାରତୀ ମହାରଣା ୧୧୪୧, ରାଜନୀତି ବିଜ୍ଞାନ ପିପୁଲ୍ସ କଲେଜ ବୁଗୁଡ଼ାର ଚିନ୍ମୟୀ ସାହୁ ୧୨୩୫, ସାଇକୋଲୋଜି ବ୍ରହ୍ମପୁର ଏସ ବି ଆର ମହିଳା ମହାବିଦ୍ୟାଳୟର ସଂଚିତ ୧୨୦୯, ସଂସ୍କୃତ ଋଷିକୂଲ୍ୟା ଡିଗ୍ରୀ କଲେଜ ସୋରଡ଼ାର ଲକ୍ଷ୍ମୀ ପ୍ରଧାନ ୧୦୮୦,ସୋସିଓଲୋଜି ମୋଡେଲ ଡିଗ୍ରୀ କଲେଜ ମାଲକାନଗିରିର ଶ୍ୟାମଜି ତ୍ରିପାଠୀ ୧୧୨୨ ଟପ୍ପର ହୋଇଛନ୍ତି l ସେହିପରି ବାଣିଜ୍ୟ ବିଭାଗର (ବି.କମ)ମୋଡେଲ ଡିଗ୍ରୀ କଲେଜ ରାୟଗଡାର ଶେଖର ମହାନ୍ତି ସାଇମାନ୍ସ ୧୨୬୯ ରଖି ଟପ୍ପର ହୋଇଛନ୍ତି l ବିଜ୍ଞାନ ବିଭାଗର ଉଦ୍ଭିଦ ବିଜ୍ଞାନରେ ବ୍ରହ୍ମପୁର ମହାମୟୀ କଲେଜର ସୌମ୍ୟା ସାହୁ ୧୨୮୬, ରସାୟନ ବିଜ୍ଞାନ ଆଞ୍ଚଳିକ ମହାବିଦ୍ୟାଳୟ କ୍ଷେତ୍ର ବରହମପୁର ରୁପାଲୀ ଗୌଡ଼ ୧୩୨୭,କମ୍ପୁଟର ସାଇନ୍ସ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିରର ପି. ଅର୍ପିତା ସୁବୁଦ୍ଧି ୧୩୫୧, ଇଲୋକ୍ଟ୍ରୋନିକସ କେ ଏସ ୟୁ ବି ଭଞ୍ଜନଗର ପ୍ରିୟାଂଶୁ ପାତ୍ର ୧୦୦୮,ଜିଓଲୋଜିର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର ସ୍ଵାଗତିକା ଓଝା ୧୩୨୮, ଇନ୍ଫୋରମେସନ ଟେକ୍ନୋଲୋଜି ଖେମୁଣ୍ଡି କଲେଜ ଦିଗପହଣ୍ଡି ସୁମନ କୁମାର ସାହୁ ୧୨୮୩,ଗଣିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର ବର୍ଷା ପ୍ରଧାନ ୧୩୨୪,ସାମୁଦ୍ରିକ ବିଜ୍ଞାନ ଗୋପାଳପୁର କଲେଜର ବଳରାମ ବେହେରା ୧୨୬୦, ପ୍ରଦାର୍ଥ ବିଜ୍ଞାନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର କାମିନୀ କୁମାରୀ ହୋତା ୧୩୩୯, ପ୍ରାଣୀ ବିଜ୍ଞାନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର ଶୁଭଶ୍ରୀ ଶୁଭାକାଂକ୍ଷୀ ସାହୁ ୧୩୨୧ ନମ୍ବର ରଖି ଟପ୍ପର ହୋଇଛନ୍ତି l ଏ ନେଇ କୁଳପତି ପ୍ରଫେସରଗୀତାଞ୍ଜଳି ଦାଶ କହିଥିଲେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ଚଳିତ ମାସ ୩୦ ସୁଦ୍ଧା ପରୀକ୍ଷା ଫଳ ବାହାର କରିବା ପାଇଁ ନିର୍ଦେଶ ହୋଇଥିବା ବେଳେ ପୂର୍ବରୁ ପରୀକ୍ଷା ଫଳ ବାହାରି ଥିବାରୁ ପରୀକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l