Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁରାନ ଉପରେ ଡକ୍ୟୁମେଣ୍ଟାରୀ ତିଆରି କରି ଦେଖ, ଅବସ୍ଥା କଣ ହେଉଛି; ଆଦିପୁରୁଷ କେସରେ କୋର୍ଟଙ୍କ ଟିପ୍ପଣୀ

ପ୍ରୟାଗରାଜ: ଆହ୍ଲାବାଦ ହାଇକୋର୍ଟ ବୁଧବାର ହିନ୍ଦୀ ଫିଲ୍ମ ଆଦିପୁରୁଷ ଉପରେ କଟକଣା ଲଗାଇବା ଦାବିରେ ଆଗତ ଯାଚିକାର ଶୁଣାଣି କରିଛନ୍ତି। କୋର୍ଟ ଫିଲ୍ମ ନିର୍ମାତାଙ୍କୁ ଧାର୍ମିକ ଗ୍ରନ୍ଥଠୁ ଦୂରେଇ ରହିବା ଏବଂ ଏହା ଉପରେ ଫିଲ୍ମ ନିର୍ମାଣ ନ କରିବାକୁ ଉପଦେଶ ଦେଇଛନ୍ତି। ଏଥିସହ ଏହା ଉପରେ କେନ୍ଦ୍ରୀୟ ଫିଲ୍ମ ପ୍ରାମାଣିକ ବୋର୍ଡ(ସିବିଏଫସି)କୁ ଫିଲ୍ମକୁ ଅଲଗା ସତ୍ୟପାଠ ଦାଖଲ କରିବାକକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ରାଜେଶ ସିଂ ଚୌହାନ ଏବଂ ଶ୍ରୀ ପ୍ରକାଶ ସିଂଙ୍କ ପୀଠ କହିଛନ୍ତି, କୌଣସି ଧର୍ମ ଉପରେ ଫିଲ୍ମ ନିର୍ମାଣ କରିବା ଉଚିତ୍ ନୁହେଁ। ଭୁଲରେ ବି କୌଣସି ଧର୍ମ ଉପରେ ଭୁଲ୍ ଫିଲ୍ମ ନିର୍ମାଣ କର ନାହିଁ। ନିର୍ମାତା କେବଳ ଆୟ କରିବାକୁ ଚାହାନ୍ତି। କୁରାନ ଉପରେ ଛୋଟ ଡକ୍ୟୁମେଣ୍ଟାରୀ ବି ବ୍ୟାପକସ୍ତରରେ ପ୍ରଭାବ ପକାଇଥାଏ। ମୌଖିକ ଭାବେ ଟିପ୍ପଣୀ କରି କୋର୍ଟ କହିଛନ୍ତି, ଯଦି ଆପଣ କୁରାନ ଉପରେ କିଛି ବି ଭୁଲ୍ ଦେଖାଇବେ, ଆପଣ ଦେଖିବେ ଆପଣଙ୍କ ଅବସ୍ଥା କଣ ହେବ।

ସାମାଜିକ ସୌହାର୍ଦ୍ଦ୍ୟକୁ ବିଗାଡ଼ିବା ପାଇଁ ଫିଲ୍ମ ନିର୍ମାତା କିଛି ନା କିଛି କାମ କରୁଛନ୍ତି। ଫିଲ୍ମ ନିର୍ମାତାଙ୍କୁ ଅଦାଲତରେ ହାଜର ହେବାକୁ ପଡ଼ିବ। ଏହା କୌଣସି ମଜା ଚାଲି ନାହିଁ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଅଦାଲତ କହିଛନ୍ତି, ରାମାୟଣର ଅନେକ ଚରିତ୍ରକୁ ପୂଜା କରାଯାଏ ଏବଂ ଆପଣ ଫିଲ୍ମରେ ଏହାକୁ କେଉଁଭଳି ଭାବେ ଚିତ୍ରଣ କରିଛନ୍ତି। ଫିଲ୍ମ ଜୁନ ୧୬ରେ ରିଲିଜ୍ ହେଲା ଏବଂ ଏ ପର୍ଯ୍ୟନ୍ତ କିଛି ବି ହୋଇ ନାହିଁ। ଆଉ ୩ ଦିନରେ କଣ ହେବ ? ଏଥିସହ କୋର୍ଟ ସିବିଏଫସିକୁ କଡ଼ା ଶବ୍ଦରେ ଭତ୍ସନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ