ବୀରମହାରାଜପୁର ର ପୁରପଲ୍ଲୀରେ ପବିତ୍ର ବାହୁଡା ଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ


ବୀରମହାରାଜପୁରର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ପୁରପଲ୍ଲୀରେ ପବିତ୍ର ବାହୁଡା ଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି l ବୀରମହାରାଜପୁର ବାହୁଡା଼ ଯାତ୍ରା ଉଫୁଲା ମାଉସୀ ମାଁ ମନ୍ଦିରରେ ସମସ୍ତ ନୀତି କାନ୍ତି ସାରିବାପରେ ଚତୁର୍ଦ୍ଧା ବିଗ୍ରହ ଙ୍କ ପହଣ୍ଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସୁଦର୍ଶନ ରଥାରୂଢ଼ ହେବାପରେ ତିନି ଠାକୁରଙ୍କ ପହଣ୍ଡି ଚାଲିଥିଲା । ପ୍ରଥମେ ବଳଦେବ ରଥ ପାଖରେ ପହଞ୍ଚି ଥିବା ବେଳେ ଠାକୁରଙ୍କୁ ଚାରମାଳ ଦେଇ ପହଣ୍ଡି ସେବକ ମାନେ ନେଲା ବେଳକୁ ଚାର ମାଳ ବାମ ପାଖ ଭାଙ୍ଗି ଯାଇଥିଲା । ଫଳରେ ବହୁଣ୍ଡି ସେବକ ବହୁ କଷ୍ଟରେ ପୁଣି ବଳଭଦ୍ରଙ୍କୁ ତଳକୁ ଅଣାଯାଇଥିଲା । ପରେ ଉଫୁଲା ମାଉସୀ ମାଁ କମିଟିର ସଦସ୍ୟ ଓ ଗ୍ରାମର ଯୁବକ ମାନେ ମିଶି ଜଗନ୍ନାଥ ମନ୍ଦିରରେ ଥିବା ଏକ ଚାରମାଳ ଆଣିବା ପରେ ପ୍ରଥମେ ବଳଭଦ୍ର ଠାକୁର ରଥାରୂଢ଼ ହୋଇଥିଲେ । ଠାକୁରଙ୍କ କୃପାରୁ ଏକ ବଡ଼ ଅଘଟଣରୁ ରକ୍ଷା ପାଇଯାଇ ଥିବା ପହୁଣ୍ଡି ସେବକ ମାନଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ସୁଭଦ୍ରା ଓ ଜଗନ୍ନାଥ ରଥାରୂଢ଼ ହୋଇଥିଲେ । ପରେ ଛେରା ପହଁରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଜପତି ଭାବରେ ଜଗନ୍ନାଥ ମନ୍ଦିର କମିଟିର ମୁଖ୍ୟ ଟ୍ରଷ୍ଟି ବିଷ୍ଣୁ ଚରଣ ପଣ୍ଡା ଚ୍ଛେରାପହରା କରିବାପରେ ଛୁଆ ମାନଙ୍କ ରଥ ଛୁଆଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ରଥ ଟଣା ବହୁ ବିଳମ୍ବରେ ଆରମ୍ଭ ହୋଇ ଥିବା ଦେଖିବାକୁ ମିଳିଥିଲା । ବାହୁଡ଼ା ଯାତ୍ରା କୁ ସରସ ସୁନ୍ଦର କରିବା ପାଇଁ ଉଫୁଲା ଗ୍ରାମ୍ୟ କମିଟିର ମୁଖ୍ୟ ରଞ୍ଜନ କୁମାର କର, ସମ୍ପାଦକ ଜମ୍ପେଶ୍ବର ପ୍ରଧାନ, ପହୁଣ୍ଡି କମିଟିର ମୁଖ୍ୟ ମାଗୁଣି ଦାସ, ଆବାହକ ନବାରୁଣ ଶତପଥୀଙ୍କ ସତେତ ଶତାଧିକ ବୈଦିକ ବ୍ରାହ୍ମଣ ପହୁଣ୍ଡି କାର୍ଯ୍ୟ ତୁଲାଇଥିଲେ । ଧାରା ବିବରଣୀ ପ୍ରଦାନ କରିଥିଲେ ରାମକୃଷ୍ଣ ହୋତା, ଭୂଷଣ କୁମାର ପାତ୍ର ଓ ରକ୍ଷ୍ମୀ ନାରାୟଣ ସାହୁ । ଶାନ୍ତି ସୃଙ୍ଖଳା ପାଇଁ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ରାଜେଶ୍ବରି ଭୋଇ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ବିଭିନ୍ନ ସଙ୍କୀର୍ତ୍ତନ୍ୟ ମଣ୍ଡଳୀ ସାମିଲ ହୋଇଥିଲେ ବାହୁଡା଼ ଯାତ୍ରାରେ । ସୁଭଦ୍ରା ଙ୍କ ରଥ କେବଳ ମହିଳା ମାନେ ଟାଣିଥିଲେ । ଠିକ ସେହିପରି ଉପଖଣ୍ଡ ଅନ୍ତର୍ଗତ ସୁବଳୟା , ଖଣ୍ଡହତl , ଲୁତୁରପଙ୍କ , ବହଲପଦର , କମଳପୁର୍ , କେନ୍ଦୁପାଲି , ମୁର୍ଷୁଣ୍ଢି ,ବୁରଘାଟ , ଖମେଶ୍ଵରି ପାଳି , ପିତାମହୁଲ, ଉଲୁଣ୍ଡା , ଯାଲୋଇ , କଳାପଥର , କ୍ଷେମlଲୋଏ , ଚତେଇପଙ୍କ, ସିଣ୍ଢୋଲ , ଲସ୍ତଲା , କୁମରକେଲି ଆଦି ବିଭିନ୍ନ ଗ୍ରାମମାନଙ୍କରେ ମଧ୍ୟ ବହୁ ଆବହମାନ କାଳରୁ ରହିଥିବା ଜଗନ୍ନାଥ ମନ୍ଦିର ରେ ପୂଜା ପାଇ ଆସୁଥିବା ଏହି ବିଗ୍ରହ ମାନଙ୍କର ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି l