ହାଇଦ୍ରାବାଦ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ,ଗାଁ କୁ ଫେରିଲା ମୃତକ ଙ୍କ ଶବ।

କୋକସରା୨୯/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହାଇଦ୍ରାବାଦ ରେ ଗତ ୨ ଦିନ ତଳେ ହୋଇଥିବା ବେଳେ ଆଜି ସକାଳେ ମୃତ ଦାଦନ ଶ୍ରମିକ ଭିକାରୀ ବାଗ ର ଶବ ନିଜ ଗାଁ କୁ ଏକ ଆମ୍ବୁଲାନ୍ସ ରେ ଆସି ପହଞ୍ଚିଛି। ସୂଚନା ଅନୁସାରେ କୋକସରା ବ୍ଲକ ମାଝୀଗୁଡା ଗ୍ରାମର ମାଟୁ ବାଗ ଙ୍କ ପୁଅ ଭିକାରୀ ବାଗ ବୟସ ୩୨, ଗତ ୧୫ ଦିନ ତଳେ ବଡ଼ ଘୁମେର ଗ୍ରାମର ନିଜ ଶଳା ସହ ମିଶି ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ।ଗତ ମଙ୍ଗଳବାର ଭିକାରୀ ଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହେବାରୁ ସାଥି ଶ୍ରମିକ ମାନେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ତେବେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଆଜି ଶବ ନିଜ ଗାଁ ମାଝୀଗୁଡା କୁ ଆସିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ମଶାଣି ରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ଘର ର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି କୁ ହରାଇ ବିଧବା ସ୍ତ୍ରୀ ଓ ତିନି ନାବାଳିକା ଅସହାୟ ହୋଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି।ତେବେ ବିଗତ ୫ ମାସ ମଧ୍ୟରେ କୋକସରା ବ୍ଲକ ର ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ କୁ ନେଇ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି।