Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବେଆଇନ ମୋରମ ଚାଲାଣ କରିବାରୁ ଲକ୍ଷେ ଟଙ୍କା ଜରିମାନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର – ରେଢ଼ାଖୋଲ ରାସ୍ତା ଡୁଙ୍ଗୁରି ଛକ ନିକଟରୁ ବେଆଇନ ମୋରମ ଚାଲାଣ ହେଉଥିବା ବେଳେ (ଓଡି-୩୧ବି-୪୧୨୧) ନମ୍ବର ବିଶିଷ୍ଟ ଏକ ହାଇୱା କୁ ଜବତ କରାଯାଇଛି । ବେଆଇନ ମୋରମ ଚାଲାଣ ହେଉଥିବା ଖବର ପାଇ ବୀରମହାରାଜପୁର ତହସିଲଦାର ବିବୁଧ ଗଣନାୟକ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ଡ୍ରାଇଭର କୌଣସି ବୈଧ କାଗଜପତ୍ର ଦେଇପାରି ନ ଥିଲା । ଫଳରେ ବେଆଇନ ମୋରମ ଚାଲାଣ ଅଭିଯୋଗରେ ତହସିଲଦାର ଶ୍ରୀ ଗଣନାୟକ ସମ୍ପୃକ୍ତ ହାଇଓ୍ବା ମାଲିକଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା କରିଥିବା ଜଣାଯାଇଛି I