Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ମୋଦୀ ହିଁ ଜିତି କି ଆସିବେ’… ୨୦୨୪କୁ ନେଇ ନୀତୀନ ଗଡ଼କରୀଙ୍କ ଭବିଷ୍ୟତବାଣୀ

ନୂଆଦିଲ୍ଲୀ: ରାଜନୀତିରେ ନିଜର ସ୍ପଷ୍ଟବାଦୀ ପାଇଁ ଚର୍ଚ୍ଚିତ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଭବିଷ୍ୟତବାଣୀ କରିଛନ୍ତି। ତାଙ୍କ ମତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ ସରକାର ୨୦୨୪ରେ ପୂର୍ବାପେକ୍ଷା ଅଧିକ ସିଟ୍ ଜିତି କ୍ଷମତାସୀନ ହେବ। ୨୦୧୯ ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ସିଟ୍ ଜିତି ସଂଖ୍ୟା ଗରିଷ୍ଠତା ସହ ସରକାର ଗଢିଥିଲା।

ଗଡ଼କରୀ ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ର ବିଧାନସଭା ନିର୍ବାଚନକୁ ନେଇ କହିଛନ୍ତି, ବିଜେପି ମଧ୍ୟ ଏହି ୩ ରାଜ୍ୟରେ ନିର୍ବାଚନ ଜିତିବ। କିନ୍ତୁ ସେ ତେଲେଙ୍ଗାନା ନିର୍ବାଚନକୁ ନେଇ ଏମିତି ଦାବି କରି ନାହାନ୍ତି। କେବଳ ଏତିକି କହିଛନ୍ତି ଯେ, ଉକ୍ତ ରାଜ୍ୟରେ ବିଜେପି ଏକ ଦୃଢ ପାର୍ଟି ଭାବେ ଆର୍ବିଭାବ ହେବ। ପୂର୍ବାପେକ୍ଷା ଆମର ଶକ୍ତି ବଢିବ। ଆମେ ଦେଶର ଭବିଷ୍ୟତକୁ ଉନ୍ନତ କରିଛୁ ଏବଂ ଲୋକେ ପିଏମ ମୋଦୀଙ୍କ ନେତୃତ୍ଵରେ ଆମକୁ ପୁଣି ଥରେ ନିର୍ବାଚନ ଜିତାଇବେ ବୋଲି ଗଡ଼କରୀ କହିଛନ୍ତି।

ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ମାଗଣା ବିଜୁଳି ସମେତ ମାଗଣା ଯୋଜନାକୁ ଭୁଲ୍ ବୋଲି କହିଛନ୍ତି। ସେ କହିଛନ୍ତି ବିଜୁଳି କମ୍ପାନୀ ୧୮ ଲକ୍ଷ କୋଟି ଟଙ୍କାର ଘାଟାରେ ଅଛନ୍ତି। ଏହିପରି ଚାଲିଲେ ଆମର ପାଓ୍ଵାର ସେକ୍ଟର ସମାପ୍ତ ହୋଇଯିବ। ଯଦି ଆମକୁ ନିର୍ବାଚନ ଜିତିବାକୁ ହୁଏ ତେବେ ଗରିବଙ୍କୁ ଘର ତିଆରି କରି ଦିଆଯାଉ ଏବଂ ରୋଜଗାର ଉପଲବ୍ଧ କରାଯାଉ। ଯଦି ଆମେ ଲୋକଙ୍କୁ ମାଗଣାରେ ସବୁ ଯୋଗାଇବା ତେବେ ତାର ମହତ୍ଵ ରହେ ନାହିଁ। ମାଗଣା ରାଜନୀତି ଗଣତନ୍ତ୍ର ପାଇଁ ଘାତକ ବୋଲି ନୀତୀନ ଗଡ଼କରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ