Bengaluru Hotel Pool Accident: ବେଙ୍ଗାଲୁରୁର ଏକ ୫ ଷ୍ଟାର୍ ହୋଟେଲ୍ର ସୁଇମିଂ ପୁଲ୍ରେ ବିଦ୍ୟୁତ୍ ଆଘାତରେ ୨ ବିଦେଶୀ ମୃତ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲ୍ର ସୁଇମିଂ ପୁଲ୍ରେ ବିଦ୍ୟୁତ୍ ଆଘାତ ଲାଗି ଦୁଇ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଘଟିଥିବା ଏହି ଘଟଣାରେ ମୃତକଙ୍କ ମଧ୍ୟରେ ଜଣେ ଜର୍ମାନୀ ଓ ଅନ୍ୟ ଜଣେ ସ୍ଲୋଭାକିଆର ନାଗରିକ ଥିବା ପୋଲିସ ସୂଚନା ଦେଇଛି।
ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ସୁଇମିଂ ପୁଲ୍ରେ ବିଦ୍ୟୁତ୍ ଆଘାତ ଲାଗିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଘଟଣା ପରେ ହୋଟେଲ୍ ପରିସରରେ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ବିଦ୍ୟୁତ୍ ସଂଯୋଗ ଓ ସୁଇମିଂ ପୁଲ୍ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି।
ତେବେ ବିଦ୍ୟୁତ୍ ଆଘାତର ପ୍ରକୃତ କାରଣ କ’ଣ ଏବଂ ହୋଟେଲ୍ର ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି।

