Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ସାମ୍ବାଦିକ ଡା ଜଗନମୋହନ ଙ୍କ ମୃତୁରେ ବେଲଗୁଣ୍ଠା ପ୍ରେସ କ୍ଲବ ର ଶୋକ

ବେଲଗୁଣ୍ଠା: ଗୁରୁବାର ସକାଳ ଦଶ ଘଣ୍ଟ ସମୟରେ ବ୍ରହ୍ମପୁର ସକାଳ ସଂସ୍କରଣର ମୁଖ୍ୟ ଡା ଜଗନ୍ ମୋହନ ମହାପାତ୍ର ଓରଫ ଜିତୁ ଭାଇଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା I ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିଲା I ଏନେଇ ଆଜି ବେଲଗୁଣ୍ଠା ଠାରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଥିଲା I ଏଥିରେ ପ୍ରେସକ୍ଲବର ସମସ୍ତ ସଦସ୍ୟ ସ୍ଵର୍ଗତ ମହାପାତ୍ରଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ I ସ୍ଵର୍ଗତ ଜଗନ୍ ମୋହନ୍ ମହାପାତ୍ର ଓରଫ ଜିତୁ ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ଭାବେ ବ୍ରହ୍ମପୁର ଅଞ୍ଚଳରେ ପରିଚିତ ଥିଲେ I ସେ ସାମ୍ବାଦିକତା ସହ ବିଭିନ୍ନ ସମସ୍ୟାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ I ସେ ଜଣେ ପରୋପକାରୀ ଏବଂ ସ୍ନେହବତ୍ସଳ ବ୍ୟକ୍ତିତ୍ୱ ଥିଲେ I ସେ ବିଶ୍ଵବିଦ୍ୟାଳୟରେ ଗଣ ଯୋଗାଯୋଗ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟକରି ଛାତ୍ରଛାତ୍ରୀଙ୍କ ହୃଦୟ ଜିତିପାରିଥିଲେ I ତାଙ୍କର ଅକାଳ ମୃତ୍ୟୁ ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରଭାତ ସାହୁ, ସମ୍ପାଦକ ଅଶ୍ୱିନୀ ମହାନ୍ତି, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ସୁଶାନ୍ତ କୁମାର ବେହେରା, ସହସମ୍ପାଦକ ସରୋଜ ଶତପଥୀ,କୋଷାଧ୍ୟକ୍ଷ ବିଭୂପାଦ ଜେନା,ସଦସ୍ୟା ବିନ୍ଦୁପ୍ରିୟା ଦାଶ,ବର୍ଷାରାଣୀ ସ୍ଵାଇଁ, ସଦସ୍ୟ ଜଗନ୍ନାଥ ନାୟକ, ପଞ୍ଚାନନ ସାହୁ, ସୁଧାଂଶୁ ଶେଖର ବିଷୋୟୀ, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପ୍ରଦୀପ କୁମାର ଚୌଧୂରୀ, ଶିବରାମ ଚୌଧୂରୀ, ମନୋରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ମହାପାତ୍ରଙ୍କ ପାଇଁ ଶୋକ ବ୍ୟକ୍ତ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ