Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ କ୍ରିକେଟରଙ୍କ ଅକାଳ ମୃତ୍ୟୁ

ବେଲଗୁଣ୍ଠା, 30/06, ବେଲଗୁଣ୍ଠା ବ୍ଳକ୍ ର ଖଇରପୁଟି ଗ୍ରାମର କ୍ରିକେଟ ଟିମ୍ ଅଧିନାୟକ ରାଜେଶ୍ ସାହୁଙ୍କ ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ସୂଚନା ପ୍ରକାରେ ଖଇରପୁଟି ଗ୍ରାମର ରଙ୍କ ସାହୁଙ୍କ ପୁଅ ରାଜେଶ୍ ସାହୁ ବାଙ୍ଗାଲୋରରେ ରହି କାମ କରୁଥିଲେ I କୌଣସି କାରଣରୁ ହଠାତ୍ ତାଙ୍କର ମୁଣ୍ଡ ବୁଲାଇ ସେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା I ରାଜେଶଙ୍କ ଶବ ନିଜ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା I ଶୋକାକୁଳ ପରିବେଶ ମଧ୍ୟରେ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ଗ୍ରାମ ଶ୍ମଶାନରେ ରାଜେଶଙ୍କ ଶବ ସତ୍କାର କରାଯାଇଥିଲା I ପ୍ରକାଶ ଥାଉକି ରାଜେଶ୍ ଖଇରପୁଟି କ୍ରିକେଟ ଟିମ୍ ର ଅଧିନାୟକ ଭାବେ ଗ୍ରାମାଞ୍ଚଳ କ୍ରିକେଟ୍ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ I ରାଜେଶଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଆଖପାଖ ବହୁ ଗ୍ରାମରୁ ଗ୍ରାମାଞ୍ଚଳ କ୍ରିକେଟର୍ ମାନେ ଆସି ରାଜେଶ୍ ଙ୍କର ଅନ୍ତିମ ଦର୍ଶନ କରିବା ସହିତ ଅନ୍ତିମ ସଂସ୍କାର ସମୟରେ ରାଜେଶ୍ ଙ୍କୁ ସମ୍ମାନ ଜଣାଇ ବ୍ଯାଟ୍ ,ବଲ୍ ଏବଂ ଷ୍ଟମ୍ପ୍ କୁ ମଧ୍ଯ ଅଗ୍ନିରେ ସମାଧି ଦେଇଥିଲେ I
ଫଟୋ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ