Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାନ ନାଗରିକ ସଂହିତାକୁ କଂଗ୍ରେସ ବି କଲା ସମର୍ଥନ, କହିଲା- ଜୟ ଶ୍ରୀ ରାମ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସମାନ ନାଗରିକ ସଂହିତା(ୟୁନିଫର୍ମ ସିଭିଲ୍ କୋଡ ବା ୟୁସିସି) ପ୍ରସଙ୍ଗ ଦେଶ ସମ୍ମୁଖରେ ରଖିବା ମାତ୍ରେ ଜାତୀୟ ରାଜନୀତି ଉଷ୍ମ ହୋଇ ଉଠିଛି। ଆମ୍ ଆଦମୀ ପାର୍ଟି ଏବଂ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଶିବସେନା ଏହାର ସମର୍ଥନ କରିଛନ୍ତି। ଏହା ବ୍ୟତୀତ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ହିମାଚଳ ପ୍ରଦେଶ ସରକାରର ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ମଧ୍ୟ ଏହାର ସମର୍ଥନ କରିଛନ୍ତି। କିନ୍ତୁ ଏହି ମାମଲାରେ ପୋପ୍ରାଗାଣ୍ଡ ନ କରିବାକୁ ସେ ବିଜେପିକୁ ଉପଦେଶ ଦେଇଛନ୍ତି।

ହିମାଚଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ପ୍ରତିଭା ସିଂଙ୍କ ପୁତ୍ର ବିକ୍ରମାଦିତ୍ୟ ସିଂ ନିଜର ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, ୯ ବର୍ଷ ଦେଶରେ ଏନଡିଏର ପୂର୍ଣ୍ଣ ବହୁମତର ସରକାର ରହିଛି। ଏହି ଆଇନକୁ ଲାଗୁ କରିବାରେ କିଏ ରୋକୁଛି ? ଆଜି ନିର୍ବାଚନର କିଛି ମାସ ପୂର୍ବରୁ ଏହାର ପ୍ରୋପାଗାଣ୍ଡା କାହିଁକି ହେଉଛି ? ଜୟ ଶ୍ରୀ ରାମ।

ସେ ଏହା ମଧ୍ୟ କହିଛନ୍ତି, ସମାନ ନାଗରିକ ସଂହିତାକୁ ଆମେ ପୂର୍ଣ୍ଣ ସମର୍ଥନ କରୁଛୁ, ଯାହା ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ଜରୁରୀ। ମାତ୍ର ଏହାର ରାଜନୀତିକରଣ ହେବା ଉଚିତ୍ ନୁହେଁ। ଉଲ୍ଲେଖନୀୟ ୟୁସିସିକୁ ନେଇ କଂଗ୍ରେସର ସଂସଦୀୟ କମିଟିର ବୈଠକ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଶନିବାର ୧୦ ଜନପଥରେ ସନ୍ଧ୍ୟା ୫ଟାରେ ବସିବାକୁ ଯାଉଛି।

ଅନ୍ୟପଟେ ୟୁସିସିକୁ ନେଇ କଂଗ୍ରେସ ଜୁଲାଇ ୩ରେ ନିଜର ନେତାମାନଙ୍କ ସହ ବୈଠକ କରିବାକୁ ଯାଉଛି। ଆଜି ବସୁଥିବା ସଂସଦୀୟ ବୈଠକ ୟୁସିସିକୁ ନେଇ ଜୁଲାଇ ୩ରେ ହେବାକୁ ଥିବା ବୈଠକର ରୂପରେଖ ପ୍ରସ୍ତୁତ କରିବ। ସୂଚନାଯୋଗ୍ୟ, ଗତ ମାସରେ ବିଧି ଆୟୋଗ ଏକ ବିଜ୍ଞପ୍ତି ଜାରି କରି ଲୋକଙ୍କୁ ୟୁସିସି ଉପରେ ଜୁଲାଇ ୧୫ ସୁଦ୍ଧା ନିଜର ଲିଖିତ ମତାମତ ଦେବାକୁ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ