Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଭାରତୀୟ ପ୍ରାଣୀ ସର୍ଭେକ୍ଷଣ ଦ୍ୱାରା ନୂତନ ପ୍ରଜାତିର ମାଛ (ମୁରେନିଥିସ ହିବିନୋଇ ) ଚିହ୍ନଟ

ଗୋପାଳପୁର: ଗୋପାଳପୁର ଜେଡ ଏସ ଆଇ ପକ୍ଷରୁ ବଙ୍ଗୋପସାଗର ରୁ ଭାରତୀୟ ପ୍ରାଣୀ ସର୍ଭେକ୍ଷଣ ଦ୍ୱାରା ନୂତନ ପ୍ରଜାତିର ମାଛ ମୁରେନିଥିସ ହିବିନୋଇ ଚିହ୍ନଟ ହୋଇଛି l ଏହି ମାଛ ଅନ୍ୟ କୁଚିଆ ପ୍ରଜାତିର ମାଛ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା | ଭାରତୀୟ ପ୍ରାଣୀ ସର୍ଭେକ୍ଷଣର ବୈଜ୍ଞାନିକ ଡ. ଅନିଲ ମହାପାତ୍ର କହିଛନ୍ତି ଯେ ଏହି ମାଛର ନାମ କରଣ ଏହି ପ୍ରଜାତିରେ ଅଧିକ କାମ କରିଥିବା ଜାପାନର ବୈଜ୍ଞାନିକ ଡ଼ ୟୁସୁକେ ହିବିନୋ ଙ୍କ ନାମରେ ନାମକରଣ କରାଯାଇଛିl ଏହି ମାଛ କୁ ପ୍ରଥମେ ବଜାକୁଳ ମିଲନ କଲେଜର ସହ ଅଧ୍ୟାପକ ଡ. ଦୀପାଞ୍ଜନ ରେ କଲୋକତା ରୁ ସଂଗ୍ରହ କରିଥିଲେ | ସଂଗ୍ରହ କରାଯାଇଥିବା ମାଛ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ସେ ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ଭେକ୍ଷଣକୁ ପଠାଇଥିଲେ | ଏହି ମାଛ କୁ ନେଇ ଗବେଷଣା ବୈଜ୍ଞାନିକ ଡ. ଅନିଲ ମହାପାତ୍ର, ଶ୍ରୁଭେନ୍ଦୁ ଶେଖର ମିଶ୍ର, ଡ. ଦୀପାଞ୍ଜନ ରୟ ଏବଂ ଗବେଷକ ସ୍ୱରୂପ ରଞ୍ଜନ ମହାନ୍ତି, ରାଜେଶ କୁମାର ବେହେରା ଏବଂ ସ୍ମୁତିରେଖା ଆଚାର୍ଯ୍ୟ ପ୍ରମୁଖ ମିଳିତ ଭାବେ କରିଥିଲେ। ଶେଷରେ ଏହା ଏକ ନୂତନ ପ୍ରଜାତିର ମାଛ ବୋଲି ଚିହ୍ନଟ ହୋଇଥିଲା। ଏହି ମାଛର ମେରୁଦଣ୍ଡ ସଂଖ୍ୟା ୧୪୦-୧୪୧ | ଶରୀରର ଉପର ପାର୍ଶ୍ୱ ହଳଦିଆ -ବାଦାମୀ ରଙ୍ଗ ଏବଂ, ତଳ ପଟ ଧଳା ଏବଂ ଉଭୟ ରଙ୍ଗ ପାର୍ଶ୍ୱରେ ଦେଖାଯାଏ | ଶରୀରର ଉପର ପାର୍ଶ୍ୱରେ କଳା ରଙ୍ଗର ବିନ୍ଦୁ ଭଳି ବହୁତ ଦାଗ ଦେଖିବାକୁ ମିଳେ ଏବଂ ଏହାର ଦାନ୍ତ ସମ୍ପୂର୍ଣ ଅଲଗା ପ୍ରକାର l ଏହି ପ୍ରଜାତିର ମାଛର ଲମ୍ବା ପ୍ରାୟ ଦେଢ଼ ଫୁଟ ଏବଂ ସରୁ | ଏହି ନୂତନ ମାଛ ର ପ୍ରକାର ଭେଦକୁ ନେଇ ଥିବା ଦ୍ଵନ୍ଦ କୁ ଦୂର କରିବା ପାଇଁ ଏହାର ଡ଼ି ଏନ ଏ ପରୀକ୍ଷା ମଧ୍ୟ କରା ଯାଇଥିଲା ଏବଂ ଏହି ପ୍ରଜାତି ର ମାଛ ଭାରତ ରୁ ମିଳୁଥିବା ଅନ୍ୟ ଏକ ମାଛ ମୁରେନଥିସ ଜିମନୋଟେରଷ କୁ ଚିଲିକା ହ୍ରଦ ଏବଂ ବାହୁଦା ନଦୀ ମୁଁହାଣ ରୁ ସଂଗ୍ରହ କରି ତୁଳନା ମଧ୍ୟ କରିଥିଲେ। ପରିଶେଷରେ ଏହି ମାଛ କୁ ନୂତନ ମାଛ ରୂପେ ବିବେଚିତ କରାଯିବା ପରେ ଏହା ଅନ୍ତର୍ଜାତିକ ପତ୍ରିକା ବୁଲେଟିନ ଅଫ ମେରାଇନ ସାଇନ୍ସ ରେ ଏହାର ସବିଶେଷ ବିବରଣୀ ପ୍ରକାଶ କରାଯାଇଛି । ଏହି ପ୍ରଜାତିର ଆବିଷ୍କାର ପରେ, ବର୍ତ୍ତମାନ ଭାରତରେ ସମୁଦାୟ ଦୁଇଟି ପ୍ରଜାତିର ମୁରେନଥିସ କୋଚିଆ ମାଛ ଅଛନ୍ତି ବୋଲି ବୈଜ୍ଞାନିକ ମାନଙ୍କ ଦ୍ୱାରା ଚିହ୍ନଟ କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories