ବାଗବର ସ୍କୁଲ ରେ ବନ ମହୋତ୍ସବ ପାଳିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବାଗବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲରେ ଏକ ସଚେତନାତ୍ମକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସ୍କୁଲର ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟୀର ସଭାପତି ଅକ୍ଷୟ କୁମାର ଦାଶ , ଶିକ୍ଷକ ସୁରେନ୍ଦ୍ର କୁମାର ଓତା , ପ୍ରଭୁଦତ୍ତ ବେଦୋକ୍ତା , ଇନ୍ଦ୍ରଜିତ ଦାସ , ଶିକ୍ଷୟିତ୍ରୀ ଗୌରୀ କୁମୁରା ଓ ମିନାକ୍ଷୀ ପଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ବୁଝାଇଥିଲେ । ସଭା ପରେ ଛାତ୍ର ଛାତ୍ରୀ ମାନେ ଏକ ସଚେତନାତ୍ମକ ରାଲି ଗ୍ରାମ ପରିକ୍ରମା କରିଥିଲେ । ସ୍କୁଲ ପରିସର ରେ ବିଭିନ୍ନ ମୂଲ୍ୟବାନ ଵୃକ୍ଷ ସହିତ ଫୁଲଗଛ ରୋପଣ କରାଯାଇଥିଲା । ଏହି ଅବସରରେ ସପ୍ତାହବ୍ୟlପି ବନମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୁଚନା ମିଳିଛି ।