ଆଜି ରତ୍ନବେଦୀରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର


ପୁରୀ : ଗତକାଲି ମହାପ୍ରଭୁ ନୀଳକନନ୍ଦରକୁ ବିଜେ କରିଛନ୍ତି। ଆଜି ରତ୍ନବେଦୀରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର। ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଆଜିଠୁ ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସ୍ୱାଭାବିକ ଦର୍ଶନ ଓ ନୀତିକାନ୍ତି । ଆଜି ସକାଳେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଅନ୍ୟାନ୍ୟ ନୀତି ସମ୍ପାଦନ ଚାଲିଛି ।

ଏହାସହ ଆଜିଠୁ ଭକ୍ତମାନେ ମହାପ୍ରଭୁଙ୍କ ମହାପ୍ରସାଦ ମଧ୍ୟ ପାଇପାରିବେ । ଗୋପାଳବଲ୍ଲଭ ଭୋଗ ପରେ ବାହାରିବ ନୀଳାଚଳ ଅବଢା । ଗତକାଲି ରଥଯାତ୍ରାର ଅନ୍ତିମ ଦିବସ ନୀଳାଦ୍ରିବିଜେର ସମସ୍ତ ନୀତି ଅନୁଷ୍ଠିତ ହୋଇଯାଇଛି। ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ କରି ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରିନାଥ।