Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁତୁରପଙ୍କରେ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ; ଲକ୍ଷ୍ମୀନାରାୟଣ କଳି ଅନନ୍ୟ ପରମ୍ପରା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କରେ ଶ୍ରୀଜିଉ ଙ୍କ ନିଲାଦ୍ରିବିଜେ ଅନୁଷ୍ଠିତ ହୋଇଯାଇଛି । ବାହୁଡା ଯାତ୍ରା ରେ ରଥାରୁଢ ଥିବା ଶ୍ରୀଜିଉ ମାନଙ୍କୁ ରଥରେ ରଖି ପୂଜାର୍ଚ୍ଚନା କରାଯାଉ ଥିଲା । ନିଳାଦ୍ରି ବିଜେ ପଇଁ ସନ୍ଧ୍ୟା ରେ ରଥ ରୁ ପହଣ୍ଡି କରି ମନ୍ଦିର ପାଖକୁ ନିଆ ଯାଇଥିଲା । ପହଣ୍ଡି ସମୟରେ ସେବାୟତମାନେ ଘଣ୍ଟ ଶଙ୍ଖ ଆମଟ ଚାଉଁର ଧରି ଶ୍ରୀଜିଉଙ୍କୁ ପହଣ୍ଡି କରାଯାଇଥିଲା।ସତ୍ୟମୋହନ ଦେଓ ପହଣ୍ଡି ଗୀତ ଗାୟନ କରିଥିବା ବେଳେ ନନ୍ଦକିଶୋର ପଧାନ ସହାୟତା କରିଥିଲେ। ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ବେଢା ପକାଇଲା ପରେ ବଡଠାକୁର ମନ୍ଦିରକୁ ପ୍ରବେଶ କରିଥିଲେ।ଲୁତୁରପଙ୍କ ର ନିଳାଦ୍ରି ବିଜେ ର ମୁଖ୍ୟ ପରମ୍ପରା ହେଉଛି ଲକ୍ଷ୍ମୀନାରାୟଣ କଳି । ଏହି ସମୟରେ ମନ୍ଦିର ଭିତରୁ ଜଣେ ମହିଳା ଲକ୍ଷ୍ମୀ ଙ୍କ କଳିଗୀତ ଗାନ କରୁଥୁବା ବେଳେ ଜଣେ ପୁରୁଷ ଜଗନ୍ନାଥ ଙ୍କ କଳିଗୀତ ଗାନ କରିଥାନ୍ତି । ଚଳିତ ବର୍ଷ ମଧ୍ୟ ଲକ୍ଷ୍ମୀ ନାରାୟଣ କଳି ପରିବେଷଣ କରାଯାଇଥିଲା। ଲକ୍ଷ୍ମି ଙ୍କ କଳିଗୀତ କୁ ମମତା ପଧାନ ଗାୟନ କରିଥିବା ବେଳେ ନାରାୟଣ ଙ୍କ କଳିଗୀତ କୁ ଆନନ୍ଦ ପଧାନ ଗାୟନ କରିଥିଲେ । ପହଣ୍ଡି ବେଳେ ଲୁତୁରପଙ୍କ , ଘିଚାପାଲି ଓ ବଡବର୍ଡାକଟା ଗ୍ରାମର ସଂକୀର୍ତ୍ତନ୍ୟ ପରିବେଷଣ କରିଥିଲେ । ପହଣ୍ଡି ବେଳେ ଗ୍ରାମର ବିଭିନ୍ନ ସ୍ଥନାରେ ଲୋକେ ପୂଜାର୍ଚ୍ଚନା କରିଥିଲେ। ଏହା ଦେଖିବାକୁ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହୋଇଥିଲା । ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ