ବୀରମହାରାଜପୁରର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିରରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଧା ବିଗ୍ରହ ଆଷାଢ଼ ଦ୍ବିତୀୟl ଠାରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଉଫୁଲା ସ୍ଥିତ ମାଉସୀ ମନ୍ଦିରକୁ ଯାଇଥିଲେ । ବାହୁଡ଼ା ଦିନ ଶ୍ରୀମନ୍ଦିର ନିକଟରେ ତିନି ରଥ ପହଞ୍ଚି ଥିବାବେଳେ ଗୁରୁବାର ସୁନାବେଶ, ଶୁକ୍ରବାର ଅଧର ପଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶନିବାର ଚତୁର୍ଦ୍ଧା ବିଗ୍ରହଙ୍କ ଗୋଟି ପହଣ୍ଡିରେ ରଥରୁ ମନ୍ଦିରକୁ ଅଣାଯାଇଥିଲା । କିନ୍ତୁ ଲକ୍ଷ୍ମୀଙ୍କୁ ଘୋଷ ଯାତ୍ରାର ନେଇ ନଥିବାରୁ ରାଗରେ କବାଟ ବନ୍ଦ କରିଦେଇଥିଲେ । ପରେ ଜଗନ୍ନାଥ ଲକ୍ଷ୍ମୀଙ୍କ କୋପ ଶାନ୍ତ କଲା ପରେ କବାଟ ଫିଟାଇଥିଲେ ମା ଲକ୍ଷ୍ମୀ ।ଏହା ପରେ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିଥିଲେ । ଉଫୁଲା ମାଉସୀ ମନ୍ଦିର କମିଟି ତରଫରୁ ପାଟ ଶାଢ଼ୀ ଓ ସରଗୋଲା ଦିଆ ଯାଇଥିଲା । । ପହଣ୍ଡି କମିଟିର ମୁଖ୍ୟ ମାଗୁଣି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପହଣ୍ଡି କାର୍ଯ୍ୟ ସମାପନ ହୋଇଥିଲା । କମିଟିର ସମ୍ପାଦକ ସମ୍ଭୁପ୍ରଶାଦ ହୋତା, କୋଷାଧ୍ୟକ୍ଷ ଭୂଷଣ କୁମାର ପାତ୍ର, ବରିଷ୍ଠ ସଦସ୍ୟ ସୁଦାମ ଚରଣ ସେଠୀ , ଇନ୍ଦ୍ର ଜିତ ପରୁଆ , ବଳରାମ କାଣ୍ଡ , ମାଉସୀ ମାଁ ମନ୍ଦିର କମିଟି ସମ୍ପାଦକ ଚମ୍ପେଶ୍ବର ପ୍ରଧାନ ଓ ଅନ୍ୟାନ୍ୟ କମିଟି ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଗୁରୁ ଗଣେଶ ବାଘଙ୍କ ନେତୃତ୍ୱରେ ଉଫୁଲା ସଙ୍କୀର୍ତ୍ତନ୍ୟ ଦଳ ସଙ୍କୀର୍ତ୍ତନ୍ୟ ପରି ବେଶଣ କରିଥିଲେ । ହଜାର ଦର୍ଶକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଠିକ୍ ସେହିପରି ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ମଧ୍ଯ ହଜାର ହଜାର ଭକ୍ତଙ୍କ ସମାଗମରେ ଆନନ୍ଦ ଉଲ୍ଲାସ ସହିତ ଶ୍ରୀ ଜୀଉ ମାନଙ୍କର ନିଳାଦ୍ରି ବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି l ରଥାରୂଢ଼ ଠାକୁରଙ୍କୁ ପ୍ରଥମେ ଆଳତୀ କରାଯାଇଥିଲା l ପରେ ଗୋଟି ପହଣ୍ଡି ରେ ମନ୍ଦିରକୁ ଅଣାଯାଇଥିଲା l ଲକ୍ଷ୍ମଣ ନାୟକ , ବିଶେଶ୍ଵର ପାଢୀ ପହଣ୍ଡି ଗୀତ ଗାଇ ଥିବାବେଳେ ଶ୍ରୀ ରାମ ପଣ୍ଡା ଓ ଶ୍ରୀ ପାଢୀ ଲକ୍ଷ୍ମୀନାରାୟଣ କଳି ଗୀତ ଗାଇଥିଲେ l ଉକ୍ତ ଉତ୍ସବରେ ସୁବଳୟା ଓ କୋଟସମଲାଏ ର ସଙ୍କୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ l