Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜସ୍ଥାନରେ ଛତିଶଗଡ଼ ଫର୍ମୁଲା ଆପଣେଇବ କଂଗ୍ରେସ ! ସଚିନ ପାଇଲଟଙ୍କୁ ମିଳିପାରେ ବଡ଼ ଦାୟିତ୍ଵ

ନୂଆଦିଲ୍ଲୀ: ରାଜସ୍ଥାନ ଏବଂ ଛତିଶଗଡ଼ରେ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଛତିଶଗଡ଼ରେ କଂଗ୍ରେସରେ ଦଳୀୟ କନ୍ଦଳ ସୁଧାରିବା ପରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଜାରି ବାଦ ବିବାଦର ଅନ୍ତ ଘଟାଇବା ପାଇଁ ଦଳ ଅଣ୍ଟା ଭିଡ଼ିଛି।

ଛତିଶଗଡ଼ରେ କଂଗ୍ରେସ ଟିଏସ ସିଂହଦେଓଙ୍କୁ ଉପ ମୁଖ୍ୟମନ୍ତ୍ରୀ କରି କନ୍ଦଳକୁ ଶାନ୍ତ କରିବାରେ ସଫଳ ହୋଇଛି। ଏବେ ଦଳ ଏହି ଫର୍ମୁଲାରେ ରାଜସ୍ଥାନର କନ୍ଦଳର ସମାଧାନ କରିବାକୁ ଉଦ୍ୟମ ଚଳାଇଛି। କୁହାଯାଉଛି ଅସନ୍ତୁଷ୍ଟ ସଚିନ ପାଇଲଟଙ୍କୁ ସରକାରରେ କିମ୍ବା ପାର୍ଟିରେ ବଡ଼ ଭୂମିକା ଦେଇ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ଚାଲିଥିବା ମତଭେଦ, ବାଦ ବିବାଦ ଉପରେ ପୂର୍ଣ୍ଣଛେଦ ପକାଇବାକୁ ପାର୍ଟି ଚେଷ୍ଟା ଚଳାଇଛି।

ସଚିନ ପାଇଲଟ କଂଗ୍ରେସ ହାଇକମାଣ୍ଡଙ୍କୁ ଦିଲ୍ଲୀରେ ସାକ୍ଷାତ କରି ଫେରିବା ପରେ ରାଜନୈତିକ ଅଟକଳ ଆରମ୍ଭ ହୋଇ ଯାଇଛି। ସଚିନ ପାଇଲଟ୍ ନିଜେ କିଛି ପ୍ରତିକ୍ରିୟା ଦେଇ ନ ଥିଲେ ହେଁ ନିଜର ସମର୍ଥକଙ୍କୁ ଭେଟିବାରେ ଲାଗିଛନ୍ତି। ଏଥିରୁ ସଙ୍କେତ ମିଳୁଛି ଯେ, ପାର୍ଟି ତାଙ୍କୁ କିଛି ବଡ଼ ଦାୟିତ୍ଵ ଦେବାକୁ ଯାଉଛି।

ବିଧାୟକ ମୁରାରୀ ଲାଲ ମୀଣା କହିଛନ୍ତି, ସଚିନ ପାଇଲଟ୍ ସାହାବ ଜନାଧାରର ନେତା। ବାକି କଥା ହାଇକମାଣ୍ଡ ଜାଣିଥିବେ ଯେ, ତାଙ୍କୁ କଣ କରିବା ଉଚିତ୍ ଏବଂ ନ ଉଚିତ୍। ଅନ୍ୟପଟେ ସଚିନ ପାଇଲଟଙ୍କ ଗୋଷ୍ଠୀର ବିଧାୟକ ଇନ୍ଦ୍ରାଜ ଗୁର୍ଜର ଟୁଇଟ୍ କରି ଲେଖିଛନ୍ତି, ଖୁବ୍ ଶୀଘ୍ର ଭଲ ଖବର ଆସିବାକୁ ଯାଉଛି। କୃପା କରି ଧୈର୍ଯ୍ୟ ରଖନ୍ତୁ ବନ୍ଧୁମାନେ। କିନ୍ତୁ କିଛି ସମୟ ପରେ ଇନ୍ଦ୍ରାଜ ନିଜର ଟୁଇଟ୍ ହଟାଇ ନେଇଥିଲେ। କିନ୍ତୁ ଏହି ଟୁଇଟ୍ ପରେ ରାଜସ୍ଥାନ ରାଜନୀତି ସରଗରମ ହୋଇ ଉଠିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ