କୋଶଲ ସୁନ୍ଦରୀ ଚୁମ୍ବକୀ ମିଶ୍ର ବୃକ୍ଷରୋପଣ କରି ପାଳନ କଲେ ଜନ୍ମ୍ ଦିନ

ଵୀରମହାରାଜପୁର : ଆଜି କୋସଲ ରାଷ୍ଟ୍ରିୟ ମୋର୍ଚ୍ଚା ସଂପାଦିକା କୋସଲ ସୁନ୍ଦରୀ ଚୁମକି ମିଶ୍ରଙ୍କର ଜନ୍ମଦିନ ନିଆରା ଢଙ୍ଗ ରେ ପାଳନ କରାଯାଇଥିବା ଜଣାଯାଇଛି l ଵୀରମହାରାଜପୁର ଜଗନ୍ନାଥ ମନ୍ଦିର ରେ କୋସଲ ରାଷ୍ଟ୍ରିୟ ମୋର୍ଚ୍ଚା ତରଫରୁ ପୂଜାର୍ଚ୍ଚନା ପରେ ପରେ ମନ୍ଦିର ପରିସର ରେ ବୃକ୍ଷ ରୋପଣ କରିଥିଲେ l ତାପରେ ଵୀରମହାରାଜପୁର ସରକାରୀ ଡାକ୍ତରଖାନା ଯାଇ ରୋଗିଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇ ଥିବାବେଳେ ପରେ ଜଗନ୍ନାଥ ମନ୍ଦିରର ଅନ୍ନପ୍ରସାଦ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋଶଲ ରାଷ୍ଟ୍ରିୟ ମୋର୍ଚ୍ଚା ସଭାପତି କିଶୋର ହୋତା , ସାଂଗଠାନିକ ସଂପାଦକ ଅକ୍ଷୟ ସରାଫ୍ , ବୀଣାପାଣି ହୋତା , ଆଶ୍ରୟ ମହାନନ୍ଦ , ସୁରୁବାବୁ ପଧାନ , ଲିଟୁନ୍ ମିଶ୍ର , ପୁଜା ରାଣୀ ମିଶ୍ର , ପଞ୍ଚାନନ ମିଶ୍ର , ଲକ୍ଷ୍ମୀ ମିଶ୍ର , ଅର୍ମାନ ମିଶ୍ର , ଆର୍ୟାନ୍ ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।