ବୀରମହାରାଜପୁର ବିଜୁ ଜନତା ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ବିଜୁ ଜନତା ଦଳ ର ସଂଗଠନିକ ବୈଠକ ରବିବାର ବ୍ଲକ ସଭାପତି ସୟମ୍ଭୁନାଥ ଖଣ୍ଡଗିରି ଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ପୂର୍ବତନ ମନ୍ତ୍ରୀ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା , ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ସଂଗଠନ ର ସ୍ୱରୂପ ଓ ଆଗାମୀ ଦିନରେ କିଭଳି ଆହୁରି ମଜବୁତ କରାଯିବ ସେ ଉପରେ କର୍ମୀ ମାନଙ୍କୁ ବୁଝାଇ ଥିଲେ l ଉକ୍ତ ବୈଠକ ରେ ବିଜେଡି ଜିଲ୍ଲା ଉପସଭାପତି ରଂଜିତ ରଥ , କିଶୋର ହୋତା , ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ , ସତ୍ୟଂଜୀବ ମିଶ୍ର , ଧୀରେନ୍ଦ୍ର ନାରାୟଣ ପଣ୍ଡା , ବ୍ଲକ ଅଧ୍ୟକ୍ଷl ଶାନ୍ତି ଲୁହା , ଯୁବ ବିଜେଡି ବ୍ଲକ ସଭାପତି ନାରାୟଣ ଲୁହା , ଜିଲ୍ଲା ସମ୍ପାଦକ ପ୍ରଦୀପ ମିଶ୍ର , ବିମ୍ବାଧର ସାହୁ , ମଧୁସୂଦନ ପଣ୍ଡା ଙ୍କ ସହିତ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା , କର୍ମୀ , ନିର୍ବାଚିତ ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l