Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ୟୁସିସି ନାମରେ ହିନ୍ଦୁ ସିଭିଲ୍ କୋଡ୍ ଆଣିବାକୁ ଚାହାନ୍ତି ପିଏମ ମୋଦୀ’, କେନ୍ଦ୍ରକୁ ଓଓ୍ଵେସୀଙ୍କ ଟାର୍ଗେଟ୍

ଜୟପୁର: ଅଲ ଇଣ୍ଡିଆ ମଜଲିସ ଏ ଇତେଦାହୁଲ ମୁସିଲମିନ(ଏଆଇଏମଆଇଏମ)ର ପ୍ରମୁଖ ଅସଦୁଦ୍ଦୀନ ଓଓ୍ଵେସୀ ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ୟୁସିସି ନାମରେ ପ୍ରଧାନମନ୍ତ୍ରୀ ହିନ୍ଦୁ ସିଭିଲ୍ କୋଡ୍ ଆଣିବାକୁ ଚାହାନ୍ତି, ଯାହାକୁ ଆମେ ସଂପୂର୍ଣ୍ଣ ବିରୋଧ କରୁଛୁ, କିନ୍ତୁ କଂଗ୍ରେସ ଏହି ପ୍ରସଙ୍ଗରେ ନିରବ ରହିଛି।

ଓଓ୍ଵେସୀ ରବିବାର ଜୟପୁରର ରାମଲୀଳା ମଇଦାନରେ ଏଆଇଏମଆଇଏମର ରାଜ୍ୟସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ସମାନତାର କଥା କହୁଛନ୍ତି, ମାତ୍ର ବାସ୍ତବତା ବହୁ କୋଷ ଦୂରରେ ରହିଛି। ୟୁସିସି ନାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୁ ସିଭିଲ୍ କୋଡ୍ ଆଣିବାକୁ ଚାହୁଁଛନ୍ତି। ଏହାକୁ ଆମେ ପ୍ରବଳ ବିରୋଧ କରୁଛୁ। କିନ୍ତୁ ବିଡମ୍ବନାର କଥା କଂଗ୍ରେସ ନେତା ଏଥିରେ ନିରବ ରହିଛନ୍ତି। କଂଗ୍ରେସ ପାର୍ଟି ୟୁସିସି ଉପରେ ଖୋଲାଖୋଲି ମୁହଁ ଖୋଲୁ ନାହାନ୍ତି।

ଓଓ୍ଵେସୀ କହିଛନ୍ତି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବୟାନ ଉପରେ ତ କଂଗ୍ରେସ ନେତାମାନେ ଖୁବ୍ ବୟାନବାଜି କରୁଥିଲେ, ମାତ୍ର ୟୁସିସି ଉପରେ ଜଣେ ହେଲେ କଂଗ୍ରେସ ନେତାଙ୍କ ମୁହଁ ଖୋଲୁନାହିଁ। କାରଣ ସେମାନେ ନିଜର ହାଇକମାଣ୍ଡଙ୍କୁ ଖୁସି କରିବାକୁ ଚାହାନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେହି ଡିଗ୍ରୀ ଅଛି ଯାହା ଦେଶର କୌଣସି ନାଗରିକଙ୍କ ପାଖରେ ନାହିଁ। ପିଏମଙ୍କ ପାଖରେ ତ ପୂରା ରାଜନୈତିକ ବିଜ୍ଞାନର ଡିଗ୍ରୀ ରହିଛି।

ଦେଶ ଏ ପର୍ଯ୍ୟନ୍ତ ଏକତା ଏବଂ ବିବିଧତା ନାମରେ ମଜବୁତ ରହିଛି, ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଦୁଇ ମିନିଟର ନୁଡୁଲ୍ସ ପରି ଚଲାଇବାକୁ ଚାହାନ୍ତି। ତାଙ୍କୁ ବୁଝିବା ଉଚିତ୍ ଯେ, ୧୩୩ କୋଟି ଜନସଂଖ୍ୟାର ଦେଶକୁ ଏମିତି ଚଳାଯାଏ ନାହିଁ ବୋଲି ଅସଦୁଦ୍ଦୀନ ଓଓ୍ଵେସୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ